ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ

ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ

ଓଡିଶା ଜଗତସିହଂପୁର ଜିଲ୍ଲା ରାଜ୍ୟ

#ଟ୍ରକ_ଧକ୍କାରେ_୧୦ମ_ଶ୍ରେଣୀ_ଛାତ୍ର_ମୃତ  ପାରାଦୀପ : ପାରାଦୀପ୍ ଲକ୍ ଥାନା ସମ୍ମୁଖରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ  ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଗତସିଂହପୁର ଏରସମା କୋଠୀ ଅଞ୍ଚଳର କୁନା ମଲ୍ଲିକଙ୍କ ପୁଅ ଜଗନ୍ନାଥ ବୋଲି ଜଣାପଡିଛି ।  ଜଗନ୍ନାଥ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ।

ଶନିବାର ଦିନ ଜଗନ୍ନାଥ କୌଣସି କାମରେ ଏକ ତାଙ୍କ ମଉସା ଘର ପାରାଦୀପ ଗଡ ଗ୍ରାମକୁ ଯାଇଥିଲେ। ରାସ୍ତାରେ ଆସୁଥିବା ସମୟରେ ହଠାତ ଏକ ଟ୍ରକ ଜଗନ୍ନାଥଙ୍କୁ ଧକ୍କା ଦେଇଥିଲା ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ପାରାଦୀପ ଅଠରବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଲକ୍ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।