ଟିକିରି ସଙ୍ଗରୋଧ ଗୃହରୁ ୧୬ ଅନ୍ତେ ବାସୀ ଘରକୁ ଫେରିଲେ

ଟିକିରି ସଙ୍ଗରୋଧ ଗୃହରୁ ୧୬ ଅନ୍ତେ ବାସୀ ଘରକୁ ଫେରିଲେ

ଓଡିଶା ଜିଲ୍ଲା ରାୟଗଡା
#ଟିକିରି_ସଙ୍ଗରୋଧ_ଗୃହରୁ_୧୬_ଅନ୍ତେବାସୀ_ଘରକୁ_ଫେରିଲେ              କାଶୀପୁର( କୈଳାଶ ବାଗ ) କାଶୀପୁର ବ୍ଲକ ଟିକିରି ହାଇସ୍କୁଲର ସଙ୍ଗରୋଧ ଗୃହରେ ଥିବା ଅନ୍ତେବାସୀ  ନିଜ ନିଜର ଘରକୁ ଫେରିଯାଇ ଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲାର ୧୧ ଜଣ ସହିତ ଆନ୍ଧ୍ର ପ୍ରଦେଶର ୬ ଜଣଙ୍କ ମଧ୍ୟରୁ ୫ ଜଣ ସଙ୍ଗରୋଧ ଗୃହ ରେ ରହିଥିଲେ । ରାୟଗଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ କାଶୀପୁର ବିଡିଓ ସୁଧାକର ରାଉତ ଏବିଡିଓ ବଳରାମ ପାତ୍ର ତହସିଲଦାର ଶରତ ଶବର ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ସହିତ ଟିକିରି ସରପଞ୍ଚ କୁମାରୀ ପିଡିକା ପ୍ରମୁଖଙ୍କ ଉପସ୍ଥିତରେ ସଙ୍ଗରୋଧ ଗୃହରେ ଥିବା ୧୬ ଜଣ ଅନ୍ତେବାସୀଙ୍କୁ ବିଦାୟ ଦିଆଯାଇଥିଲା। ଜିଲ୍ଲା ପାଲଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଅଞ୍ଚଳର ୧୧ ଜଣଙ୍କୁ ଏକ ସ୍କୁଲ୍ ବସ୍ ରେ ଏବଂ ଆନ୍ଧ୍ରପ୍ରଦେଶର ୫ ଜଣଙ୍କୁ ତାଙ୍କ କର୍ମସ୍ଥଳୀ ବଲାଙ୍ଗୀର ଜିଲ୍ଲାର ବଡମାଲକୁ ବୋଲେରୋରେ ପଠେଇ ଦିଆଯାଇଛି। ଗଲାବେଳେ ଖାଦ୍ୟ ସାମଗ୍ରୀ ମଧ୍ୟ ଦିଆଯାଇଛି। ସୂଚନା ଯୋଗ୍ୟ ଗତ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖା ପାଟଣା ଠାରୁ ବାଇକରେ ବଡମାଲ ଯାଉଥିବା ୬ ଜଣ ଟିକିରି ନିକଟସ୍ଥ ତଟାଗୁଡା ଛକରେ ପୁଲିସ୍ ହାବୁଡ୍ ରେ ପଡି ଟିକିରି ସଙ୍ଗରୋଧ ଗୃହ ରେ ରହିଥିଲେ ଯିବା ପାଇଁ ପାସ୍ ରଖିଥିବା ଜଣଙ୍କୁ ୨ ଦିନ ସଙ୍ଗରୋଧ ଗୃହରେ ରଖିବା ପରେ ତାଙ୍କୁ ଛାଡି ଦିଆଯାଇଥିଲା ।  ମାର୍ଚ୍ଚ ୩୦ ତାରିଖରେ ରାୟଗଡା ଠାରୁ ଚାଲି ଚାଲି ଯାଉଥିବା ନବରଙ୍ଗପୁର ଜିଲ୍ଲାର ୧୧ ଜଣଙ୍କୁ ନିକଟସ୍ଥ ଓସାପଡା ଗ୍ରାମ ନିକଟରୁ ଆଣି ଟିକିରି ସଙ୍ଗରୋଧ ଗୃହ ରେ ରଖି ସମସ୍ତଙ୍କ ଖାଇବା ରହିବା ଏବଂ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା।ଏଥିରେ ଟିକିରି ପଞ୍ଚାୟତ ପିଇଓ ସୁନିଲ୍ କୁମାର ବ୍ରହ୍ମା ଜିଆର ଏସ୍ ଭୁବନ୍ ଖସଲା ଏବଂ ସ୍ଥାନୀୟ ଅଞ୍ଚଳର ଅମିତ୍ ନାଏକ ହର ପ୍ରସାଦ ନାଏକ ଉପସ୍ଥିତ ଥିଲେ ।
Attachments area