ଟାଟାଷ୍ଟିଲ କଳିଙ୍ଗନଗର ରେ ପ୍ରତିଷ୍ଠାତା ଦିବସ ପାଳିତ

ଟାଟାଷ୍ଟିଲ କଳିଙ୍ଗନଗର ରେ ପ୍ରତିଷ୍ଠାତା ଦିବସ ପାଳିତ

ଓଡିଶା ଜିଲ୍ଲା ବାଣିଜ୍ୟ ଯାଜପୁର ରାଜ୍ୟ

#ଟାଟାଷ୍ଟିଲ_କଳିଙ୍ଗନଗର_ରେ_ପ୍ରତିଷ୍ଠାତା_ଦିବସ_ପାଳିତ   ଯାଜପୁର  : (ବିଶ୍ବଜିତ ରଣା)  ଓଡ଼ିଶାର ଯାଜପୁର ଜିଲ୍ଳାରେ ଅବସ୍ଥିତଟାଟା ଷ୍ଟିଲ କଳିଙ୍ଗନଗର ରେ ଏହାର ପ୍ରତିଷ୍ଠାତା ଓ ଦୂରଦ୍ରଷ୍ଟା ଜାମସେଦଜୀ ଟାଟାଙ୍କ ୧୮୧ତମ ଜନ୍ମବାର୍ଷିକୀ ପ୍ରବଳ ଉତ୍ସାହ ସହ ପାଳିତ ହୋଇଯାଇଛି ।ଏହି ଅବସରରେ ପ୍ରତିଷ୍ଠାତାଙ୍କୁ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଟାଟାଷ୍ଟିଲ କଳିଙ୍ଗନଗର ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୩୦୦ କର୍ମଚାରୀଙ୍କ ଦ୍ୱାରା ପରେଡ ସହିତ ଦିନର ଆରମ୍ଭ ହୋଇଥିଲା । ପ୍ରକଳ୍ପ
ଅଞ୍ଚଳରୁଏହି ପରେଡ଼ ଆରମ୍ଭ ହୋଇ ଟାଟା ଷ୍ଟିଲ କଳିଙ୍ଗନଗର କେନ୍ଦ୍ର ପାର୍କିଂ (ଟିସ୍କୋ ସେଣ୍ଟର ପାର୍କିଂ) ଅଞ୍ଚଳରେ ସମାପ୍ତ ହୋଇଥିଲା । ଏହି ଅବସରରେ ଟାଟା
ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍ ସେବା ବିଭାଗର ମହା ପ୍ରବନ୍ଧକ ଆର ଆର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଷୟ ବସ୍ତୁ-ଭିିତ୍ତିକ ପ୍ରଦର୍ଶନୀକୁ
ଉଦଘାଟନ କରିଥିଲେ ।ଏହି ଅବସରରେ ଶ୍ରୀ ଶତପଥୀଙ୍କ ସହିତ ବରିଷ୍ଠ ଅଧିକାରୀ, କମ୍ପାନୀକର୍ମଚାରୀ, ଟାଟା ପରିବାରସଦସ୍ୟ, ସ୍ଥାନୀୟ ପଞ୍ଚାୟତରାଜ ପ୍ରତିନିଧି ଜେ ଏନ ଟାଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣକରିଥିଲେ । ପ୍ରଦର୍ଶନୀ ର ବିଷୟବସ୍ତୁ, “ଭବିଷ୍ୟତ ପାଇଁ ପ୍ରସ୍ତୁତ, ସଂଯୋଗୀକରଣ, ସତର୍କ ଓ ଦୀର୍ଘସ୍ଥାୟୀ’ ଏକ ଦୂରଦ୍ରଷ୍ଟା ଭାବେ ଜେଏନ ଟାଟା ଙ୍କ ଚିର ସ୍ଥାୟୀ ବ୍ୟକ୍ତିତ୍ୱ ଏକ ବିଦ୍ୱାନ୍, ଶିଳ୍ପପତି ଓ ଏକ ଚିନ୍ତାଶିଳ ଆତ୍ମା ଭାବେ ତାଙ୍କ ଭାବନା କୁ ପ୍ରତିଫଳିତ
କରୁଛି । ଏହାବ୍ୟତୀତ ଉକ୍ତ ପ୍ରଦର୍ଶନୀ ୨୦୦୪ ରୁ ୨୦୨୦ ପର୍ଯ୍ୟନ୍ତ ଟାଟାଷ୍ଟିଲ କଳିଙ୍ଗନଗର ର ଯାତ୍ରାକୁ ଚିତ୍ରଣ କରୁଥିବାବେଳେ ଏଥିରେ ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟଇଏଫ୍)ର ଗ୍ଲୋବାଲ ନେଟୱର୍କ ରେ ନିର୍ମାଣ କାରୀ ବତୀ ଘର ଭାବେ କାରଖାନା ସାମିଲ ହେବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ପ୍ରତିଷ୍ଠାତା ଦିବସ ପାଳନ ପୂର୍ବ କାର୍ଯ୍ୟକ୍ରମ ଅନ୍ତର୍ଗତ ଫେବୃଆରୀ ୨୭ ତାରିଖ ଦିନ ବ୍ରାହ୍ମଣୀପାଳ ଆବାସିକ କମ୍ପଲେକ୍ସରେ ଏକ “ରନ୍-ଏ-ଥନ୍”ର ଆୟୋଜନ କରାଯାଇଥିଲା । ଏଥିରେ ୫୦୦ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।ଏହାର ଶୁଭାରମ୍ଭ ସମୟରେ ଟାଟାଷ୍ଟିଲ କଳିଙ୍ଗନଗର ଅପରେସନ ବିଭାଗ ଭାଇସ ପ୍ରେସିଡେଣ୍ଟ ରାଜୀବ କୁମାର, କର୍ପୋରେଟ ସର୍ଭିସେସ୍ ବିଭାଗ ମହା ପ୍ରବନ୍ଧକ ଆର ଆର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସର ରେ ବିସ୍ଥାପନ ଓ ଥଇଥାନ ବିଭାଗ ପକ୍ଷରୁ ଡିପିନେତା ଏକାଦଶ ଓ ଭିପିଏକାଦଶ ମଧ୍ୟରେ ଗୋବରଘାଟି ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ପୁରସ୍କାର ବିତରଣୀ ସମାରୋହରେ କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେବା ସହିତ ବିଜୟୀ ଦଳ ଓ ଖେଳାଳି ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।