ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର

ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର

ଓଡିଶା ବଡ ଖବର

#ଟାଟାକୁ_୫୧_ଶତକଡ଼ା_ସେସୁର_ଅଂଶଧନ_ହସ୍ତାନ୍ତର          ଭୁବନେଶ୍ୱର   :  ଆଜିଠାରୁ ସେସୁ ଟାଟା ପାୱାର କମ୍ପାନୀ ଅଧିନକୁ ଯାଇଛି । ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିଃ ନାମରେ ନାମିତ ହେବ । ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ଼ ଅଫ୍ ଡାଇରେକ୍ଟର୍ସ ରହିବେ । ସେଥିରେ ଟାଟରା ପାୱାର ୫ ଜଣ ଏବଂ ସରକାରଙ୍କ ତରଫରୁ ୪ ଜଣ ଡାଇରେକ୍ଟର ରହିବେ । ବୁଝାମଣା ଅନୁଯାୟୀ ବର୍ତମାନ ଗ୍ରୀଡ଼କୋର ଅଧ୍ୟକ୍ଷ ସୌରଭ ଗର୍ଗ ଏହି ବୋର୍ଡ଼ର ଡାଇରେକ୍ଟରର୍ସ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଚଳାଇବେ । ତତ୍ ବ୍ୟତୀତ ଯେଉଁ କର୍ମଚାରୀମାନେ ସେସୁ ଅଧିନୀରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବବତ୍ ନୂତନ କମ୍ପାନୀରେ କାର୍ଯ୍ୟ କରିବେ । ତାଙ୍କର ଚାକିରୀ ସର୍ତରେ କୌଣସି ପରିବର୍ତନ ହେବ ନାହିଁ । ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁଁ ସେସୁର ୫ଟି ସର୍କଲ ଟାଟା ପାୱାର ଅଧିନକୁ ଆସିଛି । ଏଥିରେ ଭୁବନେଶ୍ୱରର ୨ଟି ସର୍କଲ, ଢ଼େଙ୍କାନାଳ, କଟକ ଓ ପାରାଦ୍ୱୀପର ଗୋଟିଏ ଲେଖାଏଁ ସର୍କଲ ରହିିଛି । ଏହି ସର୍କଲ ଗୁଡ଼ିକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ମଧ୍ୟରେ ଅନ୍ତର୍ଗତ ।
ସେସୁ ଟାଟା ପାୱାରକୁ ଯିବା ପରେ ପୂର୍ବରୁ କମ୍ପାନୀ ସମ୍ମୁଖୀନ ହେଉଥିବା ସମୁଦାୟ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ରୋକାଯାଇ ପାରିବ । ବିଦ୍ୟୁତ ସେବାରେ ଉନ୍ନତି ଆଣିବା, ଉନ୍ନତ ମାନର ବିଦ୍ୟୁତ ବଂଟନ ଏବଂ ସୁବ୍ୟବସ୍ଥିତ ବିଦ୍ୟୁତ ଦେୟ ଆଦାୟ ହୋଇପାରିବ ବୋଲି ଆଶା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି ଏହି ବିକ୍ରି ପ୍ରକ୍ରିୟା ଚାଲିଥିଲା ଏବଂ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ନୂଆ କମ୍ପାନୀରେପରିଣତ ହବା ଧାର୍ଯ୍ୟ ହୋଇଥିଲା । ତେବେ କୋଭିଡ଼ ପାଇଁ ଏହି ବିଳମ୍ବ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।