ଜୁଲାଇ ୩୧ ଯାଏଁ ସ୍କୁଲ , କଲେଜ ବନ୍ଦ

ଜୁଲାଇ ୩୧ ଯାଏଁ ସ୍କୁଲ , କଲେଜ ବନ୍ଦ

ଓଡିଶା ବଡ ଖବର

#ଜୁଲାଇ_୩୧_ଯାଏଁ_ସ୍କୁଲ_କଲେଜ_ବନ୍ଦ       ଭୁବନେଶ୍ୱର   : ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ନି୍ପତି ରାଜ୍ୟ ସରକାର । ସେହିପରି ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ କମ୍ପେ୍ଲକ୍ସ୍ ଖୋଲିପାରିବ ନାହିଁ । ଏଥିସହ ଜୁନ୍ ୩୦ ଯାଏଁ କେଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ ।୩୦% ସାମର୍ଥ୍ୟ ନେଇ ହୋଟେଲ୍ ଖୋଲି ପାରିବ । ଗ୍ରାହକମାନେ ରେସ୍ତୋରାଁକୁ ଯାଇ ଭୋଜନ କରି ପାରିବେ ନାହିଁ । କେବଳ ହୋଟେଲରେ ରହୁଥିବା ଲୋକମାନଙ୍କ ପାଇଁ ରେସ୍ତୋରାଁ ·ଲିବ । ସୋମବାର ଠାରୁ ସମଗ୍ର ଦେଶରେ ଅନଲକ୍ ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଓଡ଼ିଶା ସରକାର ଜୁନ୍ ମାସ ପାଇଁ ନିଜସ୍ୱ ମାର୍ଗଦର୍ଶିକା ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତରେ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜୁନ୍ ମାସ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରବାସୀମାନେ ରାଜ୍ୟକୁ ଫେରୁଥିବାରୁ ରାଜ୍ୟରେ କରୋନା୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେ ସୁଦ୍ଧା ରାଜ୍ୟକୁ ୪ ଲକ୍ଷ୨୬, ୫୦୪ ଜଣ ପ୍ରବାସୀ ଫେରିଲେଣି ।ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟର କେଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ କରାଯାଇ ପାରିବ ନାହିଁ । ଭାରତ ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ପୂର୍ବବତ୍ ରାତି ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ ବଳବତର ରହିବ । ବିନା କାରଣରେ କୌଣସି ଲୋକ ବାହାରେ ବୁଲାବୁଲି ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମାସ୍କ ନ ପିନ୍ଧିଲେ, ସାମାଜିକ ଦୂରତ୍ୱ ନ ମାନିଲେ ଓ ବାହାରେ ଛେପଖଙ୍କାର ପକାଉଥିବା ଲୋକଙ୍କୁ ଗିରଫ କରାଯାଇ ଜେଲ୍ ଓ ଜରିମାନା କରାଯିବ