ଜୀବିକା ହରାଇ ବସିଛନ୍ତି ଛୋଟ ବ୍ୟବସାୟୀ

ଜୀବିକା ହରାଇ ବସିଛନ୍ତି ଛୋଟ ବ୍ୟବସାୟୀ

ଓଡିଶା କଳାହାଣ୍ଡି ଜିଲ୍ଲା
#ଜୀବିକା_ହରାଇ_ବସିଛନ୍ତି_ଛୋଟ_ବ୍ୟବସାୟୀ       ଭବାନୀପାଟଣା  : ( ରଜନୀକାନ୍ତ ମୁନୀ )   ଲକଡାଉନ ହେବାପରେ ସମସ୍ତ ବ୍ୟାସାୟିକ ପ୍ରତିଷ୍ଠାନ ବନ୍ଦ ହେବା ଫଳରେ ଛୋଟ ବ୍ୟବସାୟୀ ଜୀବିକା ହରାଇ ବସିଛନ୍ତି l ପାନ ଦୋକାନ, ଚା’ ଦୋକାନ,   ମୋବାଇଲ ମରାମତି ଦୋକାନ,ଜେରକ୍ସ ଦୋକାନ, ସାଇକେଲ ମରାମତି ଦୋକାନ, ସେଲୁନ, ଜଳଖିଆ ଦୋକାନ, ଫୁଟପାଥ ରେ ବସି ବ୍ୟବସାୟ କରୁଥିବା ବ୍ୟକ୍ତି, ଅଟୋ ଚାଳକ , ସମ୍ପୂର୍ଣ ଜୀବିକା ହରାଇଛନ୍ତି । ଏମାନେ ଦୈନିକ ରୋଜଗାର କରୁଥିଲେ ଚଳୁଥିଲେ l ଲକଡାଉନ ଯୋଗୁ ନା ଏମାନେ ବାହାରକୁ ବାହାରି ପାରୁଛନ୍ତି ନା ସେମାନଙ୍କ କାମଧନ୍ଦା ଚାଲିପାରୁଛି l ଏବେ ପରିବାର ଚଳାଇବା କଷ୍ଟକର । ଏହାସତ୍ତ୍ବେ ସେମାନେ ଲକଡାଉନକୁ ସମର୍ଥନ କରି ଏ ଘଡିସନ୍ଧି ମୂହୁର୍ତ୍ତରେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ।