ଜିଲ୍ଲା ପରିଷଦ ନବମ ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ

ଜିଲ୍ଲା ପରିଷଦ ନବମ ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଜିଲ୍ଲା_ପରିଷଦ_ନବମ_ସ୍ୱତନ୍ତ୍ର_ସାଧାରଣ_ବୈଠକ_ଅନୁଷ୍ଠିତ  ଯାଜପୁର: (ବିଶ୍ବଜିତ ରଣା) କୃଷି ଭାରତର ଆତ୍ମା ସଦୃଶ । ସେ ଯୋଗୁଁ ଗାନ୍ଧିଜୀ କହୁଥିଲେ ଗ୍ରାମ୍ୟ କୃଷି ସୁଦୃଢ ହେଲେ ଦେଶର ଅର୍ଥନୀତି ମଜବୁତ ହୋଇପାରିବ । ରାଜ୍ୟ ସରକାର ମଧ୍ୟ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆମ କୃଷି ଯୋଜନା ପ୍ରଣୟନ କରିଚ୍ଥନ୍ତି ବୋଲି ଧର୍ମଶାଳା
ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମତ ଦେଇଚ୍ଥନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୫ମ ଜିଲ୍ଲାପରିଷଦର ନବମ (ସ୍ୱତନ୍ତ୍ର) ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ବିଧାୟକ ଶ୍ରୀ ବଳବନ୍ତରାୟ ଯେ ହେତୁ ଜିଲ୍ଲା ପରିଷଦର ଏହି ସ୍ୱତନ୍ତ୍ର ଅଧିବେଶନରେ କୃଷି ସଂପର୍କିତ ଆଲୋଚନାକୁ ଗୁରୁତ୍ୱ ଦିଆଯାଇଚ୍ଥି । ତେଣୁ କୃଷି ସହ ଜଡିତ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କୃଷକ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା କରିଚ୍ଥନ୍ତି । ଏହାର ସୁଫଳ ଯେପରି ସମସ୍ତ କୃଷକ ସମାଜକୁ ପ୍ରାପ୍ତ ହୁଏ, ସେଥିପ୍ରତି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପୃଷ୍ଟି ବୈଠକର ନିର୍ଯ୍ୟାସକୁ ସରକାରଙ୍କୁ ପ୍ରେରଣ କରିବା ସହ ଏହା ଉପରେ ସରକାରଙ୍କର ପରାମର୍ଶକୁ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଥିଲେ । ସରକାରଙ୍କର ନିଷ୍ପତ୍ତି ଅନୁସାରେ ନିର୍ଦ୍ଧାରିତ ରିହାତି ଦରରେ ବିହନ ସିଧାସଳଖ ସୁବିଧା ହସ୍ତାନ୍ତର ମାଧ୍ୟମରେ ଚାଷୀ ମାନଙ୍କୁ ୧୨୨ ଗୋଟି ପ୍ୟାକ୍ସ ଓ ୬୬ ଗୋଟି ରାଜ୍ୟ ବିହନ ନିଗମର ପଞ୍ଜିକୃତ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯାଊଅଚ୍ଥି ।

ସେହିପରି ସାର ମଧ୍ୟ ଏହି ଠାରୁ ଚାଷୀମାନେ କ୍ରୟ କରିପାରୁଚ୍ଥନ୍ତି । ଊନ୍ନତ ଚାଷ ପାଇଁ ମୃତ୍ତିକା ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଚ୍ଥି । ଚଳିତ ବର୍ଷ ୧୬୪୦ ନମୁନା ସଂଗ୍ରହ ଲକ୍ଷ ଥିବାବେଳେ ୧୦୮୭ ର ଲକ୍ଷ୍ୟ ହାସଲ ହୋଇଚ୍ଥି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଜିଲ୍ଲାର ୩୧୧ ଟି ପଞ୍ଚାୟତର ୫୦ ଜଣ ଆଗୁଆ ଚାଷୀଙ୍କୁ ଜୀବ ନାଶକର ନିରାପଦ ବ୍ୟବହାର ପାଇଁ ସଚେତନ କରାଯାଇଚ୍ଥି । ଆମ କୃଷି ସଂପର୍କିତ ଜ୍ଞାନ , ବୈଷୟିକ ଜ୍ଞାନ ଇତ୍ୟାଦି ସଂପର୍କରେ ଜାଣିବା ପାଇଁ ନିଶୁଳ୍କ ନମ୍ୱର ୧୮୦୦୧୦୨୫୧୬୬ ଓ ମିସ୍ କଲ୍ ନମ୍ୱର ୦୬୭୪୬୬୬୭୧୭୧ ରେ ଯୋଗାଯୋଗ କରାଯାଇପାରିବ । ଜତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର କାର୍ଯ୍ୟକ୍ରମ, ନୂତନ ଜ୍ଞାନ କୈାଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡାଇବା ପାଇପ, ରେନଗନ, ପାଣି ପମ୍ପ, ହସ୍ତ ଓ ଶକ୍ତି ଚାଳିତ କୀଟ ନଶକ, ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଇଚ୍ଥି ।

ସେହିପରି ପ୍ରଧାନମନ୍ତ୍ରୀ ପଂସଲ ବୀମା ଯୋଜନା, ମୁଖ୍ୟ ବୀମା ସୁରକ୍ଷା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୈାର ଜନନିଧି ଯୋଜନା ଇତ୍ୟାଦି ସଂପର୍କରେ ଅବଗତ କରାଯାଇଥିଲା । ଅପର ପକ୍ଷରେ ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଚ୍ଥାୟା ପ୍ରକଳ୍ପ , ମତ୍ସ ସମ୍ପଦ ବିଭାଗର ବିବିଧ ଯୋଜନା ସଂପର୍କରେ ସୂଚୀତ କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଉପସଭାପତି ଅମୂଲ୍ୟବାଳା ପାତ୍ର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଯୋଗଦେଇ ବିବିଧ ସୂଚନା ପ୍ରଦାନ କରିଥିଲେ । ଏହି ଅଧିବେଶନରେ ଯାଜପୁର ବ୍ଲକ୍ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ମୃତ୍ତିକା ରସାୟନବିତ୍ ଶ୍ରୀଧି କୁମାର ଦାସ, ସହକାରୀ କୃଷିଯନ୍ତ୍ରୀ ନୃସିଂହ ଚରଣ ବେହେରା, ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଲୋକନାଥ ଜେନାଙ୍କ ସହ ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବି.ଡି.ଓ., ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଯୋଗ ଦେଇଥିଲେ ।