ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ୫-ଟି ସଚିବ : ନିଜାମୁଦ୍ଦିନ ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କର

ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଲେ ୫-ଟି ସଚିବ : ନିଜାମୁଦ୍ଦିନ ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କର

ଓଡିଶା ବଡ ଖବର

#ଜିଲ୍ଲାପାଳ_ଓ_ଏସ୍‌ପିଙ୍କୁ_ଚିଠି_ଲେଖିଲେ_୫-ଟି_ସଚିବ        ଭୁବନେଶ୍ୱର : ନିଜାମୁଦ୍ଦିନ ତବଲିଗ ଜମାତରେ ଯୋଗଦେଇଥିବା ଓଡ଼ିଶା ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି  ୫-ଟି ସଚିବ ଭିକେ ପାଣ୍ଡିଆନ  । ଚିଠିରେ ୫-ଟି ସଚିବ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳ ପ୍ରଶାସନ ଓ ପୁଲିସ ନିଜ ଉପାୟରେ ସେମାନଙ୍କୁ ଚିହ୍ନଟ କରନ୍ତୁ । ସେମାନଙ୍କୁ ସାହାସ ଦେବା ସହ ତଥ୍ୟ ଜଣାଇବାକୁ ଆହ୍ୱାନ ଦିଅନ୍ତୁ ।

୫-ଟି ସଚିବ ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସିବାକୁ ଧର୍ମଗୁରୁ ଆହ୍ୱାନ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ସଂମ୍ପର୍କରେ ଜଣାପଡିଲେ ସରକାର ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ସଂପୃକ୍ତ ବ୍ୟକ୍ତି ଓ ପରିବାରକୁ ସଂପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା ଯୋଗାଇ ଦିଆଯିବ । ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ହେବ । ସଂପୃକ୍ତ ବ୍ୟକ୍ତି, ପରିବାର ଓ ରାଜ୍ୟ ପାଇଁ ମହଙ୍ଗା ପଡ଼ିପାରେ ।