ଜାରି ହେଲା ୯ କରୋନା ସଂକ୍ରମିତଙ୍କ ଯାତ୍ରା ବିବରଣୀ

ଜାରି ହେଲା ୯ କରୋନା ସଂକ୍ରମିତଙ୍କ ଯାତ୍ରା ବିବରଣୀ

ଓଡିଶା ବଡ ଖବର

#ଜାରି_ହେଲା_୯_କରୋନା_ସଂକ୍ରମିତଙ୍କ_ଯାତ୍ରା_ବିବରଣୀ                ଭୁବନେଶ୍ୱର : ୧୧ଜଣ କରୋନା ପଜିଟିଭଙ୍କର ଗସ୍ତ ବିବରଣୀ ଆଜି ରାଜ୍ୟ ସରକାର ଜାରି କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ ସୁରଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୯ ଜଣ ଯାଜପୁରର। ଏହି ସମସ୍ତଙ୍କର କୋଲକାତା ଲିଙ୍କ ଥିବାର ଜଣାପଡିଛି ।
୧୪୪ ନମ୍ବର ୫୦ ବର୍ଷୀୟ ସଂକ୍ରମିତ  ଜଣେ ପୁରୁଷ ତାଙ୍କ ଘର ଯାଜପୁରର ବେହେରାପାଟଣା ହୋଇଥିବାବେଳେ ସେ କୋଲକାତାରୁ ଫେରିଥିଲେ । ମାର୍ଚ୍ଚ ୨୮ ତାରିଖରେ ସେ କୋଲକାତାରୁ ଫେରିଥିବା ବେଳେ ହୋମ କ୍ଵାରଣ୍ଟିନରେ ମାର୍ଚ୍ଚ ୨୮ରୁ ମେ ୧ ଯାଏଁ ରହିଥିଲେ । ମେ ୧ ତାରିଖରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ ।
ସଂକ୍ରମିତ ନମ୍ବର ୧୪୫: ୭୫ ବର୍ଷୀୟ ଜଣେ ମହିଳା ଓ ତାଙ୍କ ଘର ଯାଜପୁରର କଟିକଟା ହୋଇଥିବା ବେଳେ କୋଲକାତା ଫେରନ୍ତା  ୯୭ତମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ମେ ୧ରେ ତାଙ୍କର ନମୁନା ପରୀକ୍ଷା ହେବାରୁ ପଜିଟିଭ ବୋଲି ଜଣାପଡିଥିଲା ।
ସଂକ୍ରମିତ ନମ୍ବର ୧୪୬: ଏହି ବ୍ୟକ୍ତିଙ୍କ ଘର ଯାଜପୁରରେ ହୋଇଥିବା ବେଳେ ସେ ମାର୍ଚ୍ଚ ୨୨ରେ କୋଲକାତାରୁ ଫେରିଥିଲେ । ୨୨ ମାର୍ଚ୍ଚରୁ ମେ ୧ ଯାଏଁ ସ୍ଥାନୀୟ ବଜାରକୁ ଯାଇଥିବା ବେଳେ ଗାଁରେ ମାର୍ଚ୍ଚ ୨୫ରୁ ଏପ୍ରିଲ ୫ ଯାଏଁ ଜଳଖିଆ ବିକିଥିଲେ । ମେ ୧ରେ ନମୁନା ପରୀକ୍ଷା କରାଯିବାରୁ ପଜିଟିଭ ବୋଲି ଜଣାପଡିଥିଲା ।

ସଂକ୍ରମିତ ନମ୍ବର ୧୫୧: ୩୫ ବର୍ଷୀୟ ଏହି ମହିଳା ଆକ୍ରାନ୍ତଙ୍କ ଘର ଯାଜପୁରର ବାସୁଦେବପୁରରେ ହୋଇଥିବାବେଳେ ସେ କରୋନା ପଜିଟିଭ କେଶ ନମ୍ବର ୮୬ ଓ ୮୭ଙ୍କ ସଂସ୍ପର୍ଶରେ ଆସିଥିଲେ । ମେ ୧ରେ ତାଙ୍କର ନମୁନା ପରୀକ୍ଷାରୁ ପଜିଟିଭ ବୋଲି ପଡିଥିଲା ।
ସଂକ୍ରମିତ ୧୫୩: ୬୦ ବର୍ଷୀୟ ଏହି ମହିଳା ଯାଜପୁର ବାସୁଦେବପୁରର ହୋଇଥିବାବେଳେ ସେ ମଧ୍ୟ କୋଲକାତାରୁ ଫେରିଥିବା ୧୧୧ ନମ୍ବର କରୋନା ପଜିଟିଭ ଙ୍କ ସଂସ୍ପର୍ଶରେ ଆସିଥିଲେ । ମେ ୧ରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ ।
ସଂକ୍ରମିତନମ୍ବର ୧୫୪ : ଯାଜପୁର ବାସୁଦେବପୁରର ୨୪ ବର୍ଷୀୟ ଯୁବତୀ ଜଣକ କୋଲକାତାରୁ ଫେରିଥିବା ୧୧୧ ନମ୍ବର କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ମେ ୧ରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା ।
ସଂକ୍ରମିତ ନମ୍ବର ୧୫୫ : ୪୮ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ଯାଜପୁରର ବରୀରେ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ସେ କୋଲକାତାରୁ ଫେରିଥିଲେ ।ମାର୍ଚ୍ଚ ୩୧ ତାରିଖରୁ ମେ ୨ ମଧ୍ୟରେ ଘରେ ଥିବା ବେଳେ ଏକାଦଶାହ ଭୋଜିରେ ଯୋଗ ଦେବା ସହ ବଜାର ଓ ପିଡ଼ିଏସ ସାମଗ୍ରୀ ଆଣିବାକୁ ମଧ୍ୟ ଯାଇଥିଲେ ।୨ ତାରିଖରେ ତାଙ୍କର ନମୁନା ପଜିଟିଭ ଚିହ୍ନଟ ହୋଇଥିଲା ।
ସଂକ୍ରମିତ ନମ୍ବର ୧୫୬: ୫୫ ବର୍ଷୀୟ ଏହି ଵ୍ୟକ୍ତିଙ୍କ ଘର ଯାଜପୁରର ବାଲିଆପାଳ ହୋଇଥିବାବେଳେ ସେ କୋଲକାତାରୁ ଫେରିଥିଲେ । ମାର୍ଚ୍ଚ ୨୯ ତାରିଖରେ ଏକ ଗାଡ଼ିରେ କୋଲକାତାରୁ ନିଜ ଘରକୁ ଆସିଥିଲେ । ୨ ଦିନ ଘରେ ରହିବା ପରେ ଏପ୍ରିଲ ୧୪ରେ ଜାରକାରେ ଥିବା ଭୂମିକା ଚକ୍ଷୁ ହସ୍ପିଟାଲକୁ ଯାଇଥିଲେ । ମେ ୨ ତାରିଖରେ ସେ ପଜିଟିଭ ବୋଲି ଜଣାପଡିଥିଲା ।
ସଂକ୍ରମିତନମ୍ବର-୧୫୭: ୬୨ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ଯାଜପୁରର ବଇଁଶିରରେ ହୋଇଥିବାବେଳେ ଏପ୍ରିଲ ୧୧ରେ ଘରେ ପହଂଚିଥିଲେ ।ଏପ୍ରିଲ ୧୨ ତାରିଖରେ ସୁଜନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧୁମେହ ଚେକଅପ ପାଇଁ ଯାଇଥିଲେ ।ଏପ୍ରିଲ ୧୨ରୁ ମେ ୨ ଯାଏଁ ଘରେ ଥିବାବେଳେ ମେ ୨ ରେ ତାଙ୍କର ପଜିଟିଭ ବୋଲି ଜଣାପଡିଥିଲା ।