ଜନ ସଚେତନତା କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ କିଶୋର

ଜନ ସଚେତନତା କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ କିଶୋର

ଓଡିଶା କେନ୍ଦ୍ରାପଡା ବଡ ଖବର

#ଜନ_ସଚେତନତା_କାର୍ଯ୍ୟକ୍ରମରେ_ପୂର୍ବତନ_ବିଧାୟକ_କିଶୋର           କେନ୍ଦ୍ରାପଡା  : କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ବୁଧବାର ଦିନ ସକ୍ରିୟ ଭାବେ ମାରାଥନ ଜନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଜଣାପଡିଛି । ବୁଧବାର ପୂର୍ବାହ୍ନରେ ନିର୍ବାଚନ ମଣ୍ଡଳୀର ଆୟବା, କଂସାର, ପୁରସ୍ତମପୁର, ନରଣପୁର, ଓସ୍ତପୁର ପ୍ରଭୃତି ପଂଚାୟତ ର ଡିହାପଡା, ନରସିଂହପୁର
ଗ୍ରାମ ଗୁଡିକ ପରିକ୍ରମା କରିଥିବା ବେଳେ ଅପରାହ୍ନରେ କେନ୍ଦ୍ରାପଡା ପୈାରାଂଚଳର ୧ନଂ, ୨ନଂ ୱାର୍ଡ ଗୁଡିକ ବୁଲିବା ସହ କଳପଡା ପଂଚାୟତ ବିଭିନ୍ନ ଗ୍ରାମ ଗୁଡିକରେ ମାସ୍କ ବଣ୍ଟନ କରିବା ସହ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜନ ସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସ୍ଥାନରେ ତାଙ୍କୁ ଶତାଧିକ ଯୁବକର୍ମୀ ସ୍ୱାଗତ ଜଣାଇବା ସହ ଜନ ସଚେତନ କାର୍ଯ୍ୟରେ ସହେଯାଗ କରିଥିଲେ ।