ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌,୧୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌,୧୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଶା ଜଗତସିହଂପୁର ଜିଲ୍ଲା

#ଜଗତସିଂହପୁରରେ_୩୩_କରୋନା_ପଜିଟିଭ୍‌          ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍‌ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି।  ଏଥିମଧ୍ୟରୁ ୬୮ଜଣ ସୁସ୍ଥ ହୋଇଥିବା ବେଳେ ଅବଶିଷ୍ଟ ୬୨ଜଣ ଚିକିତ୍ସାଧୀନ ଅଛନ୍ତି । ବୁଧବାର ଚିହ୍ନଟ ୩୩ଜଣଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକ ଅଞ୍ଚଳର ୮ ଜଣ ଥିବାବେଳେ କୁଜଙ୍ଗର ୩, ନାଉଗାଁ ୧୮, ରଘୁନାଥପୁର ୨ ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ୨ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୁଜରାଟ ଫେରନ୍ତା ୧୮ ଜଣ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୭, ପଶ୍ଚିମବଙ୍ଗରୁ ୫, ତାମିଲନାଡୁରୁ ୨ ଓ ଦିଲ୍ଲୀରୁ ଜଣେ ଫେରି ବିଭିନ୍ନ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କିମ୍‌ସ ଓ ପାରାଦ୍ୱୀପସ୍ଥିତ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର ନିମନ୍ତେ ପ୍ରସ୍ତୁତି ଚାଲିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।