ଚେଇଁ ଶୋଇଥିବା ପ୍ରଶାସନର ଭାଙ୍ଗିଲା ନିଦ

ଚେଇଁ ଶୋଇଥିବା ପ୍ରଶାସନର ଭାଙ୍ଗିଲା ନିଦ

ଓଡିଶା ଜିଲ୍ଲା ରାୟଗଡା

#ଚେଇଁ_ଶୋଇଥିବା_ପ୍ରଶାସନର_ଭାଙ୍ଗିଲା_ନିଦ              ରାୟଗଡା :    ବୁଧବାର ରାୟଗଡାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ  ଶୋଇଥିବା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା ଓ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଆରକେ ନଗର ଓ ଅଡୁଗୁଡା ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ  ଘୋଷଣା କରାଯାଇଛି ।ଏହି ସବୁ ଅଞ୍ଚଳ ସଟଡାଉନ କରାଯାଇଛି ଓ  ସମସ୍ତ ପ୍ରକାର ଗମନା ଗମନ ଆଦିବନ୍ଦ  କରିଦିଆଯାଇଛି ।ଏହି ସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଵ। ପାଇଁ ଉପଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ  ଜିଲ୍ଳାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସକାଳୁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ତହସିଲଦାର ଶ୍ରୀ ବେହେରାଙ୍କ ସହିତ ସ୍ଥାନୀୟ ଆରକେ ନଗର ଓ ଓଡ଼ଗୁଡା ଗ୍ରାମକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ ।ଏହା ସହିତ ବିଶୋଧନ, ଓ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ଉପରେ  ପର୍ଯ୍ୟବେକ୍ଷଣ କରିଥିଲେ ।  ଯୋଗାଣ ବିଭାଗ ତରଫରୁ ଶୁଖିଲା ଖାଦ୍ୟ ଯଥା ଚାଉଳ-୫କେଜି,ଡାଲି ୧କେଜି, ପିଆଜ ଓ ଆଳୁ ୨କିଲୋ ଲେଖାଏଁ, ତେଲ ୧ କେଜି,ଲୁଣ ୧ପ୍ୟାକେଟ କରି ୫୦ ପରିବାରକୁ ଦିଆଯାଇଛି।ସେହିପରି ସ୍ବାସ୍ଥ୍ୟ ବିଭାଗ ତରଫରୁ ଆଶା,ଅଙ୍ଗନଓ୍ବଡି,ଓ ଏନେମ ମିଶି ତିନିଟି ଅଞ୍ଚଳ ଯଥା-ଆରକେ ନଗର,ଆଡୁଗୁଡା ଓ ବସ ଷ୍ଟାଣ୍ଡ ଏରିଆରେ ରୋଗୀ ସଂସ୍ପର୍ଷ ଉପରେ ସର୍ବେକ୍ଷଣ କରିବେ  ଓ ତାଲିକା ପ୍ରସ୍ତୁତ କରିବେ । ଆଜିଠାରୁ ରୋଗୀର ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ,ସ୍ବାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଓ ଦିଲ୍ଲୀରୁ ସାଙ୍ଗରେ ଆସିଥିବା ଵ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରାଯାଉଛି ଓ ତାହା ପରୀକ୍ଷା ନିମନ୍ତେ ପଠାଯିବ । ପୌରପରିଷଦ ରାୟଗଡ ତରଫରୁ ଏହିସବୁ ଅଂଚଳରେ ବିଶୋଧନାକରା ଯାଉଛି ।