ଘୋଷଣା ପରେ ନମୁନା ପରୀକ୍ଷା ପାଇଁ ରାଜଧାନୀରେ ଟିମ୍ ଗଠିତ

ଘୋଷଣା ପରେ ନମୁନା ପରୀକ୍ଷା ପାଇଁ ରାଜଧାନୀରେ ଟିମ୍ ଗଠିତ

ଓଡିଶା ବଡ ଖବର ମହାନଗର

#ନମୁନା_ପରୀକ୍ଷା_ପାଇଁ_ରାଜଧାନୀରେ_ଟିମ୍_ଗଠିତ             ଭୁବନେଶ୍ୱର:  କରୋନା ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ ୭ଦିନ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବା ସଂପର୍କରେ ଶୁକ୍ରବାର ଘୋଷଣା ହେବା ପରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି। ବିଏମସି ପକ୍ଷରୁ ମିଳିଥୁବା  ସୂଚନା ଅନୁଯାୟୀ ଭୁବନେଶ୍ୱରରେ ନମୁନା ସଂଗ୍ରହ କରିବାକୁ ସହରର ୩ଟି ଜୋନ ପାଇଁ ୧୩ ଟିମ୍ ଟିମ୍ ଗଠନ କରାଯାଇଛି ।

ଗୋଟିଏ ଗୋଟିଏ ଟିମରେ ଜଣେ ଡାକ୍ତରଙ୍କ ସମେତ ୫ ଜଣ ରହିଛନ୍ତି ।  ଏହି ଟିମରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀଙ୍କୁ ସାମିଲ୍ କରାଯାଇଛି। ଡାକ୍ତର ଏହି ଟିମ୍‌ ପରିଚାଳନା ଦାୟିତ୍ବରେ ରହିବେ।ଏହି ଟିମ୍ ୨ଟି ସିଫ୍ଟରେ କାମ କରିବ । ପ୍ରଥମ ସିଫ୍ଟରେ ଟିମ୍  ସକାଳ ୮ଟାରୁ ଦିନ ୧୧ଟା ଯାଏଁ କାମ କରିବ ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ଯାଏଁ କାମ କରିବ ବୋଲି ଜଣାଯାଇଛି ।

ଭୁବନେଶ୍ବରରେ ଏକ ସପ୍ତାହ ଭିତରେ ୫୦୦୦ ନମୁନା ପରୀକ୍ଷା କରାଯିବ। ଏଥିଲାଗି ଭୁବନେଶ୍ୱରରେ ଟେଷ୍ଟିଂ ପାଇଁ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପ କରାଯିବାକୁ ଯୋଜନା ହୋଇଛି । ଭ୍ରାମ୍ୟମାଣ ମୋବାଇଲ କ୍ୟାମ୍ପ ମଧ୍ୟ ଭୁବନେଶ୍ୱରରେ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗତକାଲି ସୂଚନା ଦେଇଥିଲେ।ଏହାଫଳରେ ରାଜଧାନୀ ସହରରେ କରୋନା ସଂକ୍ରମଣର ଅସଲ ଚିତ୍ର ସାମ୍ନାକୁ ଆସିପାରିବ। କେବଳ ସେତିକି ନୁହେଁ, ଏହା ଦ୍ବାରା ସଂକ୍ରମିତ ଚିହ୍ନଟ ଓ ଚିକିତ୍ସା ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇ ପାରିବ।