ଏପ୍ରିଲ ୧୪ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କଲା ଶ୍ରୀମନ୍ଦିର ପ୍ରଶାସନ

ଏପ୍ରିଲ ୧୪ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କଲା ଶ୍ରୀମନ୍ଦିର ପ୍ରଶାସନ

ଓଡିଶା ଜିଲ୍ଲା ପୁରୀ ବଡ ଖବର ରାଜ୍ୟ

#ଏପ୍ରିଲ_୧୪_ପର୍ଯ୍ୟନ୍ତ_ଶ୍ରୀଜଗନ୍ନାଥଙ୍କ_ଦର୍ଶନ_ବନ୍ଦ        ପୁରୀ :ଶ୍ରୀମନ୍ଦିରରେ   ଶ୍ରୀଜଗନ୍ନାଥଙ୍କ ଦର୍ଶନ  କଟକଣାକୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ ନାହିଁ । କରୋନା’ ଭୟାବହତା କୁ ଆଖି ଆଗରେ ରଖି ମହାପ୍ରଭୁଙ୍କ ଦର୍ଶନ କଟକଣାକୁ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି ବୋଲି  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  ଏହା ସହିତ ଜିଲ୍ଲା ପ୍ରଶାସନର ପୂର୍ବ ଆଦେଶ ବଳବତ୍ତର ରହିଥିବା ବେଳେ କେବଳ ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଟକଣା ମାର୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଏହି ସମୟ ଭିତରେ କୌଣସି ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେନି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଅନୁଯାୟୀ ଶ୍ରୀମନ୍ଦିର ନୀତିକାନ୍ତିକୁ ବାଦ୍‌ ଦେଲେ ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ରଖାଯାଇଛ।