ଘରେ ଘରେ ସାମଗ୍ରୀ ଯୋଗାଇଲେ ସ୍ୱୟଂସହାୟକ ଗୋଷ୍ଠୀ

ଘରେ ଘରେ ସାମଗ୍ରୀ ଯୋଗାଇଲେ ସ୍ୱୟଂସହାୟକ ଗୋଷ୍ଠୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଘରେ_ଘରେ_ସାମଗ୍ରୀ_ଯୋଗାଇଲେ_ସ୍ୱୟଂସହାୟକ_ଗୋଷ୍ଠୀ                କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାରେ ଲକ ଡାଉନ କଟକଣା ବଳବତ୍ତର ଥିବାବେଳେ ଦୋକାନ ବଜାର ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଅଧିକାଂଶ ସମୟ ବନ୍ଦ ରହୁଛି । ବିଶେଷ କରି ଜନ ସାଧାରଣ ବାହାରକୁ ଆସୁନଥିବା ବେଳେ ରାସନ ସାମଗ୍ରୀ ଓ ପରିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲ୍ଲାର ବିଭିନ୍ନ ବ୍ଲକରେ ଘରେ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଁଚାଉଥିବା ଜଣା ପଡିଛି । ଜିଲ୍ଲା ପ୍ରଶାସନର ସହଯୋଗରେ ସରକାରୀ ସ୍ତରିକୃତ ମୂଲ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ଘରେ ପହଁଚାଉଛନ୍ତି । ମାର୍ଶାଘାଇ, ରାଜନଗର ରେ ୯ଟି ସ୍ୱୟଂ ସହାୟକ ଗୋଷ୍ଠୀ ୧୩୬୩ ଗ୍ରାହକଙ୍କ ନିକଟରେ ପହଁଚାଉଥିବା ବେଳେ କେନ୍ଦ୍ରାପଡା, ମହାକାଳପଡା, ମାର୍ଶାଘାଇ ଓ ରାଜନଗର ବ୍ଲକର ପ୍ରାୟ ୪୫୫୦ ପରିବାର ରେ ରାସନ ସାମଗ୍ରୀ ପହଁଚିଛି । ସେହିଭଳି ମୋଟ ୨୭ ଟି ସ୍ୱୟଂ ସହାୟିକ ଗୋଷ୍ଠୀ ୧୨୩୭୫ ଗ୍ରାହକଙ୍କ ନିକଟରେ ରାସନ ସାମଗ୍ରୀ ପହଁଚାଇଥିବା ଜିଲ୍ଲା ମିଶନ ଶକ୍ତି ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।