ଗ୍ରୀନ୍ ଜୋନ୍ ରେ ବସ୍ ନଚଳାଇବାକୁ ବସ ମାଲିକ ସଂଘର ନିଷ୍ପତ୍ତି

ଗ୍ରୀନ୍ ଜୋନ୍ ରେ ବସ୍ ନଚଳାଇବାକୁ ବସ ମାଲିକ ସଂଘର ନିଷ୍ପତ୍ତି

ଓଡିଶା ବଡ ଖବର

#ଗ୍ରୀନ୍_ଜୋନ୍_ରେ_ବସ୍_ନଚଳାଇବାକୁ_ବସ_ମାଲିକ_ସଂଘର_ନିଷ୍ପତ୍ତି              ଭୁବନେଶ୍ୱର  : ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବସ୍ ନ ଚଳାଇବାକୁ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଘରୋଇ ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି ଯେ ସରକାର ସୋମବାର ପ୍ରକାଶ କରିଥିବା ବିଜ୍ଞପ୍ତି ରେ ଆମ ଦାବି ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇ ନାହିଁ । ତେଣୁ ଆମେ ଗାଡି ଚଳାଇବୁ ନାହିଁ । ପରିବହନ ମନ୍ତ୍ରୀଙ୍କୁ ପୁଣି ଥରେ ସାକ୍ଷାତ କରିବୁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଗ୍ରୀନ ଜୋନକୁ ନେଇ ଦ୍ୱନ୍ଦ ରହିଛି । ଉଭୟ କଟକ ଓ ପୁରୀ ଗ୍ରୀନ୍ ଜୋନ୍ ରେ ଆସୁଥିଲେ ହେଁ ଉଭୟ ସହର ମଧ୍ୟରେ ବସ୍ କେମିତି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି । ୫୦ ପ୍ରତିଶତ ଲୋକଙ୍କୁ ନେଇ ଗାଡି ଚଳାଇ ହେବନି । ବସ୍ ଅତିକମରେ ୩୦୦ କି ମି ନଚାଲିଲେ ଖର୍ଚ୍ଚ ଉଠିବନି । ଯେଉଁ ଯାତ୍ରୀ ଙ୍କୁ ବସ୍ ରେ ନେବୁ ସେ କରୋନା ପଜିଟିଭ୍ କି ନାହିିଁ କିଏ କହିବ, ତେଣୁ ଟ୍ରେନ ପରି ବସ ରେ ବି ଚଢିବା ଆଗରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଗାଡ଼ିରେ ବସିବାକୁ ଅନୁମତି ମିଳୁ ବୋଲି ସେ ଦାବି କରିଛନ୍ତି ।
ଯାତ୍ରୀ ସେବା ଅତ୍ୟାବଶ୍ୟକ ସେବା । ତେଣୁ ଯେଉଁମାନେ ଗାଡି ଚଳାଇବେ ସେମାନଙ୍କର ମଧ୍ୟ କରୋନା ବୀମା କରାଯାଉ । ଏସବୁ ଦାବି ସହ ପୂର୍ବରୁ ଲିଖିତ ଭାବେ ଦିଆଯାଇଥିବା ଦାବି ଉପରେ ବିଚାର କଲେ ଓ ସରକାର ଆମକୁ ସହଯୋଗ କଲେ ଓଡିଶା ର ସବୁ ବସ ସଂଘ ସହ ଆଲୋଚନା କରି ନିଷ୍ପତି ନେବୁ । କିନ୍ତୁ ବର୍ତ୍ତମାନ ପାଇଁ ଗ୍ରୀନ ଜୋନ ରେ ବସ ଚଳାଇବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତିି ।