କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ସୂଚନା ଦେବା ସହିତ ସରକାରୀ ବସ୍‌ ସେବା କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉପଲବ୍ଧ କରାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଅଫିସ ସମୟରେ ଏହି ଗୋଟିଏ ବସ୍‌ ଚଳାଚଳ କରିବ । ଯାତ୍ରା ସମୟରେ ସରକାରୀ କର୍ମଚାରୀଙ୍କୁ ୩୦ଟଙ୍କା ଦେବାକୁ ପଡିବ

ଗ୍ରୀନ୍‌ ଜୋନ୍‌ରେ ଗଡିବ ବସ୍‌, ଯାତ୍ରୀ ଦେବେ ଦୁଇଗୁଣା ଭଡ଼ା

ଓଡିଶା ବଡ ଖବର

#ଗ୍ରୀନ୍‌_ଜୋନ୍‌ରେ_ଗଡିବ_ବସ୍‌,_ଯାତ୍ରୀ_ଦେବେ_ଦୁଇଗୁଣା_ଭଡ଼ା                  ଭୁବନେଶ୍ୱର  :  ଲକଡାଉନ  କଟକଣା କୋହଳ ହେବା ପରେ ରାଜ୍ୟ ସରକାର ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। କେବଳ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି। ବସ୍‌ଗୁଡ଼ିକ କିପରି ଚାଲିବ, ଭଡ଼ା କେତେ ହେବ ସେ ନେଇ ପରିବହନ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗ୍ରୀନ୍‌ ଜୋନ୍‌ରେ ଚାଲିବାକୁ ଥିବା ବସ୍‌ ଭଡ଼ା ଦ୍ୱିଗୁଣିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ବସ୍‌ରେ ଅଧା ଯାତ୍ରୀ ଯାତାୟାତ କରିବେ। ଏଥିଯୋଗୁ ଘରୋଇ ବସ୍‌ ମାଲିକମାନଙ୍କର କ୍ଷତି ହେବାର ସମ୍ଭାବନା ରହିଛି। ସେମାନଙ୍କର ଯେପରି କ୍ଷତି ନ ହେବ ସେଥିପାଇଁ ଭଡ଼ାକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କେତେକ ଜିଲା ଗ୍ରୀନ୍‌ ଜୋନ୍‌ରେ ଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସେଗୁଡ଼ିକ ରେଡ୍‌ ଜୋନ୍‌ ପରିସରଭୁକ୍ତ ହୋଇଛି। ଏପରି ସ୍ଥଳେ ବସ୍‌ ଚଳାଚଳ କରିବା ନେଇ ବାଧା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀବେହେରା କହିଛନ୍ତି ଯେ, ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଯେଉଁ ବସ୍‌ ମାଲିକମାନେ ଏହା ସହିତ ଏକମତ ହେବେ ସେମାନେ ବସ୍‌ ଚଲାଇବେ। ବସ୍‌ରେ କମ୍‌ ଯାତ୍ରୀ ଯିବା ଆସିବା କରୁଥିବାରୁ ଭଡ଼ାକୁ ଦ୍ୱିଗୁଣିତ କରାଯାଇଛି। ଯେଉଁମାନଙ୍କର ଜିରୁରୀ କାମ ଥିବ ସେମାନେ ଏହି ଭଡ଼ା ଦେଇ ଯାତାୟାତ କରିପାରିବେ। ଗ୍ରୀନ୍‌ ଜୋନ୍‌ରୁ ରେଡ୍‌ ଜୋନ୍‌କୁ ବସ୍‌ ଚାଲିବ କି ନାହିଁ ସେ ନେଇ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ବୁଧବାର ଠାରୁ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ପରିବହନ ମନ୍ତ୍ରୀ  ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ସୂଚନା ଦେବା ସହିତ ସରକାରୀ ବସ୍‌ ସେବା କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉପଲବ୍ଧ କରାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଅଫିସ ସମୟରେ ଏହି ଗୋଟିଏ ବସ୍‌ ଚଳାଚଳ କରିବ । ଯାତ୍ରା ସମୟରେ  ସରକାରୀ କର୍ମଚାରୀଙ୍କୁ ୩୦ଟଙ୍କା ଦେବାକୁ ପଡିବ