ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତ, ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୭୫ ଛୁଇଁଲା

ଗୋଟିଏ ଦିନରେ ୬ କରୋନା ଆକ୍ରାନ୍ତ, ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୭୫ ଛୁଇଁଲା

ଓଡିଶା ବଡ ଖବର

#ରାଜ୍ୟରେ_ପଜିଟିଭଙ୍କ_ସଂଖ୍ୟା_୧୭୫_ଛୁଇଁଲା            ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର  ପୁଣି ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୩ ଜଣ ରହିଥିବା ବେଳେ କଟକ , ସୁନ୍ଦରଗଡ ଓ ଗଞ୍ଜାମର ଜଣେ ଲେଖାଏଁ ପଜିଟିଭ୍ ରହିଛନ୍ତି । ଅଧିକାଂଶ ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ କିମ୍ବା ସୁରତ ଲିଙ୍କ୍ ରହିଛି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି ।
ମଙ୍ଗଳବାର ପୂର୍ବାହ୍ନରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରି ସରକାରୀ କ୍ୱାରେଂଟାଇନରେ ଥିଲେ । ଏହି ମାମଲା ସାମନାକୁ ଆସିବା ପରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପରେ ଜଣେ କଟକ ତିଗିରିଆ ଅଂଚଳର ଏବଂ ୨ ଜଣ ବାଲେଶ୍ୱରର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଟକ ତିଗିରିଆରେ ଚିହ୍ନଟ ପଜିଟିଭ୍ ବ୍ୟକ୍ତି ୩୪ ବର୍ଷୀୟ ପୁରୁଷ ଏବଂ ସେ ସୁରତରୁ ଫେରିଥିଲେ । ସେହିପରି ବାଲେଶ୍ୱରର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷୀୟ ପୁରୁଷ ରହିଛନ୍ତି । ସେମାନେ ପଶ୍ଚିମବଙ୍ଗ ରୁ ଫେରିଥିଲେ ।