ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ଫେରାଇ ଆଣିବେ ରାଜ୍ୟ ସରକାର

ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ଫେରାଇ ଆଣିବେ ରାଜ୍ୟ ସରକାର

ଓଡିଶା ବଡ ଖବର

#ଓଡିଆ_ଶ୍ରମିକ_ମାନଙ୍କୁ_ଫେରାଇ_ଆଣିବେ_ରାଜ୍ୟ_ସରକାର         ଭୁବନେଶ୍ୱର  :  ଗୁଜରାଟରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏହି ନିଷ୍ପତି ନିଆ ଯାଇଥିବା ସଂପର୍କରେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।
ଏଥି ପାଇଁ ଉଭୟ ରାଜ୍ୟ ମଧ୍ୟରେ ସମନ୍ୱୟ କମିଟି ଗଠନ କରା ଯିବ ଓ ଉଭୟ ରାଜ୍ୟର ଦୁଇ ଦୁଇ ଜଣ ବରିଷ୍ଠ ଅଧିକାରୀ ରହିବେ । ।
ସେମାନଙ୍କୁ ବସ ଯୋଗେ ଫେରାଇ ଅଣିବା ପାଇଁ ବ୍ୟବସ୍ଥା କରା ଯିବ । ଏହା ବ୍ୟତୀତ ଅନ୍ୟ ପରିବହନ ମାଧ୍ୟମ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତି ନିଆ ଯିବ ।
ଓଡିଶା ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କ ପାଇଁ ପଂଜୀକରଣ ବାଧ୍ୟତାମୂଳକ । ଏଥି ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରା ଯିବ ଯାହା ଦ୍ୱାରା ସେମାନେ ଓଡିଶା ପହଂଚିବା ପରେ ସେମାନେ କ୍ୱାରେଂଟାଇନରେ ରହିବା ସହିତ ଅନ୍ୟାନ୍ୟ ସୁବିଧା ପାଇ ପାରିବେ ।
ଗୁଜରାଟରୁ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ବସର ରୋଡ ଟାକ୍ସ ଛାଡ କରିବା ପାଇଁ ମହାରଷ୍ଟ୍ର ମଧ୍ୟ ପ୍ରଦେଶ ଓ ଛତିଶଗଡ ରାଜ୍ୟ ସରକାର ମାନଙ୍କୁ ଅନୁରୋଧ କରା ଯିବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଛି ।