ଗାଡ଼ି ପାସ ଅନିର୍ଦ୍ଦିଷ୍ଟ କାଳ ଯାଏ ମାନ୍ୟ ରହିବ

ଓଡିଶା ବଡ ଖବର ମହାନଗର

#ଗାଡ଼ି_ପାସ_ଅନିର୍ଦ୍ଦିଷ୍ଟ_କାଳ_ଯାଏ_ମାନ୍ୟ_ରହିବ         ଭୁବନେଶ୍ୱର  : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ ଡାଉନ କାରଣରୁ କମିଶନରେଟ ପୋଲିସ ଦ୍ୱାରା ଜାରୀ କରା ଯାଇଥିବା ବାହନ ପାସ ଅନିର୍ଦିଷ୍ଟ କାଳ ଯାଏ ମାନ୍ୟ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର-କଟକ କମିଶନରେଟ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୨୯ ମାର୍ଚ ଯାଏ ଜାରୀ କରା ଯାଇଥିବା ପାସ ଗୁଡିକୁ କୋଭିଡ-୧୯ ପାଇଁ ଉତ୍ପନ୍ନ ହୋଇଥିବା ସ୍ଥିତିର ସମାଧାନ ନ ହେଲା ଯାଏ ଜାରୀ ରହିବ । ତେଣୁ ଏହି ପାସ   ନବୀକରଣ କରିବାକୁ ନ ଆସିବାକୁ ଶ୍ରୀ ଷଡଙ୍ଗୀ ଅନୁରୋଧ କରିଛନ୍ତି ।