ଗାଈ ପାଟିରେ ଫୁଟିଲା ବୋମା

ଗାଈ ପାଟିରେ ଫୁଟିଲା ବୋମା

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ରାଜ୍ୟ

#ଗାଈ_ପାଟିରେ_ଫୁଟିଲା_ବୋମା   ବ୍ରହ୍ମପୁର : ବ୍ରହ୍ମପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଈ ପାଟିରେ ଫୁଟିଛି ବୋମା। ହରଡ଼ାଖଣ୍ଡି ଛକରେ ଥିବା ଏକ ଅଳିଆ ଗଦାରେ ଏକ ଅଫୁଟା ବୋମା ପଡିଥିଲା । ଏହି ସମୟରେ ଏକ ଗାଈ ଅଳିଆ ଖାଇବା ବେଳେ ଉକ୍ତ ବୋମାଟିକୁ ଖାଇଦେବାରୁ ଗାଈର ପାଟିରେ ବୋମାଟି ବିସ୍ଫୋରଣ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ।

 

ଫଳରେ ଗାଈଟି ରକ୍ତାତ ହୋଇଯାଇଥିଲା। ଉକ୍ତ ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ବିସ୍ଫୋରଣ ଶବ୍ଦ ଶୁଣି ନିକଟସ୍ଥ ଥାନା ଓ ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ  ଗାଈ ମାଲିକ ସମୀର କୁମାର ଆଚାର୍ଯ୍ୟ ସେଠାରେ ପହଞ୍ଚିଥିଲେ। ଏହାପରେ ପ୍ରାଣୀଧନ ଡାକ୍ତର  ପହଞ୍ଚି ଗାଈର  ଚିକିତ୍ସା  କରୁଥିବା ବେଳେ ତାହାର ମୃତ୍ୟୁ ଘଟିଥିଲା। ଖବର ପାଇ ବଡ଼ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି ପହଞ୍ଚି ସେଠାରେ କିପରି ବିସ୍ଫୋରକ ସାମଗ୍ରୀ ପହଞ୍ଚିଲା ତାହାର ତଦନ୍ତ ଜାରି ରଖିଛନ୍ତି।

ଗାଈ ଚରୁଥିବା ସ୍ଥାନ ନିକଟରେ ପନିପରିବା ଚାଷ  ହୁଏ। ଏଣୁ ବରହା ଆତଙ୍କରୁ ରକ୍ଷା ପାଇବା ପାଇଁ କିଛି ବିସ୍ଫୋରକ ଖଞ୍ଜା ଯାଇଥିଲା, ଯାହାକୁ ଗାଈ ଚୋବାଇ ଦେବା ବେଳେ ଫୁଟି ଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ଅନ୍ୟ ପକ୍ଷରେ ଅଳିଆ ଗଦାରେ ବୋମା କେହି ଲୁଚାଇ ରଖି ଥାଇପାରେ ବୋଲି ମଧ୍ୟ ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକ। ପୂର୍ବରୁ ଦୁଇଦିନ ତଳେ  ନିକଟରେ  ଥିବା ଏକ ଅଳିଆ ଗଦାରେ ବିସ୍ଫୋରଣ ଘଟି ଏକ ଘୁଷୁରୀର ମୃତ୍ୟୁ ଘଟିଥିଲା।