ଗାଁ ଦାଣ୍ଡରେ ଆଣ୍ଠୁଏ ନର୍ଦ୍ଦମା ପାଣିି

ଗାଁ ଦାଣ୍ଡରେ ଆଣ୍ଠୁଏ ନର୍ଦ୍ଦମା ପାଣିି

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଗାଁ_ଦାଣ୍ଡରେ_ଆଣ୍ଠୁଏ_ନର୍ଦ୍ଦମା_ପାଣିି      କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳର ପରିମଳ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଡ୍ରେନରୁ ପାଣି ଉଛୁଳି ଗାଁ ଦାଣ୍ଡ ଭାସୁଥିବା ୫ନଂ ୱାର୍ଡର ଗୋପ ଗାଁରେ ଦେଖିବାକୁ ମିଳିଛି । ଗୋପ ସ୍କୁଲ ଠାରୁ ଅଶୋକ ତ୍ରିପାଠୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି ଲହଡି ଭାଙ୍ଗୁ ଥିବାରୁ ଗ୍ରାମବାସୀ ମାନେ ଚଳପ୍ରଚଳ ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁଳସୀ ମହିଳା କଲେଜ, ଗୋପ ମହାଦେବ ମନ୍ଦିର ଓ ଗୋପ ଛକକୁ ଯିବାପାଇଁ ବ୍ୟବହୃତ ହେଉଥିବା ଏହି ରାସ୍ତାରେ ନର୍ଦ୍ଦମା ପାଣି ପାଇଁ ଅସ୍ୱସ୍ତିକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ପୈାର କତୃପକ୍ଷ ତୁରନ୍ତ ଡ୍ରେନର ଅବରୋଧ ହଟାଇ ଜଳ ନିଷ୍କାସନ କରିବାକୁ ଦାବି ହେଉଛି ।