ଗଞ୍ଜାମ ଜିଲ୍ଲାପାଳ ନେଲେ କଡ଼ା ପଦକ୍ଷେପ;ମାସ୍କ୍ ନପିନ୍ଧିଲେ ଦେବାକୁ ପଡ଼ିବ ଜୋରିମାନା

ଗଞ୍ଜାମ ଜିଲ୍ଲାପାଳ ନେଲେ କଡ଼ା ପଦକ୍ଷେପ;ମାସ୍କ୍ ନପିନ୍ଧିଲେ ଦେବାକୁ ପଡ଼ିବ ଜୋରିମାନା

ଓଡିଶା ଗଞ୍ଜାମ ଜିଲ୍ଲା

#ମାସ୍କ_ନପିନ୍ଧିଲେ_ଦେବାକୁ_ପଡ଼ିବ_ଜୋରିମାନା            ବ୍ରହ୍ମପୁର :  ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ରାଜ୍ୟ ପ୍ରଶାସନ,ପୋଲିସ ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବା ବେଳେ କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ  କଡ଼ା ପଦକ୍ଷେପ ନିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ମାସ୍କ ନପିନ୍ଧିବା ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡ଼ିବ । ସହରାଞ୍ଚଳରେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜୋରିମାନା ଏବଂ ଗ୍ରାମାଞ୍ଚଳରେ ମାସ୍କ ନପିନ୍ଧିଲେ ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଯେଉଁମାନଙ୍କ ପାଖରେ ମାସ୍କ ନଥିବ, ସେମାନେ ମୁହଁରେ କପଡ଼ା ଅଥବା ରୁମାଲ ବାନ୍ଧିପାରିବେ । ନିର୍ଦ୍ଧାରିତ ସମୟ ସୀମାରେ ଯେଉଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲାରହୁଛି,ସେ ଦୋକାନୀ ମାସ୍କ,ହେଣ୍ଡ ଗ୍ଳୋବ୍ସ ବ୍ୟବହାର କରୁନଥିଲେ ଏବଂ ଗ୍ରାହକମାନଙ୍କୁ ଦୂରତା ରକ୍ଷା କରି କିଣାବିକା କରିବାକୁ ନ କହିଲେ ଦୋକାନୀଙ୍କ ଵିରୋଦ୍ଧରେ ଏଫ.ଆଇ.ଆର କରାଯିବ । ଏତଦ ବ୍ୟତୀତ ୨୧୯ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ରେଜଲ୍ଟ ନେଗେଟିଭ ଆସିଛି । ଏହି ସାମ୍ବାଦିକ ସମିଳନୀରେ ଜିଲାପାଳଙ୍କ ସହ ବ୍ରହ୍ମପୁର ଏସ ପି  ପିନାକ ମିଶ୍ର ଏବଂ ବିଇଏମସି  ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଉପସ୍ଥିତ ଥିଲେ ।