ଗଞ୍ଜାମରେ ବଢ଼ୁଛି କପା ଚାଷୀଙ୍କ ଦୁର୍ଦ୍ଦଶା

ଗଞ୍ଜାମରେ ବଢ଼ୁଛି କପା ଚାଷୀଙ୍କ ଦୁର୍ଦ୍ଦଶା

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ବାଣିଜ୍ୟ ରାଜ୍ୟ

#ଗଞ୍ଜାମରେ_ବଢ଼ୁଛି_କପା_ଚାଷୀଙ୍କ_ଦୁର୍ଦ୍ଦଶା     ବ୍ରହ୍ମପୁର, (ଶାନ୍ତନୁ କୁମାର ରଣା): ଗଂଜାମ ଏକ ଜନବହୁଳ ଜିଲ୍ଲା ସହ ବିଭିନ୍ନ ସମସ୍ୟା ସହ ଜର୍ଜରିତ । ସାମାଜିକ, ଆର୍ଥିକ ତଥା ଅର୍ଥନୈତିକ ଅନଗ୍ରସରତା କାରଣରୁ ଏଠାକାର ମାନବ ସମ୍ବଳ ବାଧ୍ୟ ହୋଇ ସୁରାଟ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ୍, କେରଳ, କୁଏତ୍, ଦୁବାଇରେ ନିଜର ଶ୍ରମ ବିନିଯୋଗ କରୁଛନ୍ତି । ଅବଶ୍ୟ ଦାଦନ ଦୁଃଖକୁ ପ୍ରଶମିତ କରିବା ପାଇଁ ସରକାର ଏଥି ନିମନ୍ତେ କିଛି ମାତ୍ରାରେ ସଫଳ ହୋଇଥିବା ବେଳେ ବହୁ ମାତ୍ରାରେ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ିଛି । ଏହାର ମୁଖ୍ୟ କାରଣ ହେଉଛି ଗଂଜାମରେ ଭିତ୍ତିଭୂମିର ଘୋର୍ ଅଭାବ ।

Image result for cutton field in ganjam

ଯଦି ଗଂଜାମର ଦାଦନର ମୁଖ୍ୟ କାରଣକୁ ଖୋଜାଯାଏ ତେବେ ଏଥି ପାଇଁ ମୁଖ୍ୟତଃ ଭାବେ ଦାୟି ହେଉଛି ଚାଷ ପ୍ରତି ଚାଷୀ ମୁହଁ ମୋଡ଼ିବା । ଏହାର କାରଣ ମଧ୍ୟ ଆମେ କର୍ମବିମୁଖତାକୁ ଦାୟୀ ଦେଲେ ହେବ ନାହିଁ । ଏଥି ପାଇଁ ଦାୟୀ ପ୍ରଶାସନ କଳ ଓ ରାଜନୈତିକ ଇଛା ଶକ୍ତି । ଯେଉଁମାନେ ପ୍ରକୃତ ଚାଷୀ ସେମାନଙ୍କୁ ଚାଷ ଜନିତ ସୁବିଧା ସୁଯୋଗ ନଦେଇ କେବଳ କୃଷି ଅଧିକାରୀମାନେ ନିଜର ପକେଟ୍ ଗରମକୁ ଚରିତାର୍ଥ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାଉନାହାଁନ୍ତି । ଯାହା ଫଳରେ ଆଜି ଗଂଜାମରେ କୃଷି ଭୂଷୁଡ଼ିବା ସହ ଦାଦନ ସମସ୍ୟାର ମୁଖ୍ୟ କାରଣ ହୋଇ ମୁଣ୍ଡ ଟେକିଛି । ତେବେ ଧଳା ସୁନା ଚାଷ (କପା ଚାଷ) ଯାହାକୁ ଧାନ ଚାଷର ବିକଳ୍ପ କୁହାଯାଏ ।

ଏଥିରେ ଗଂଜାମ ଚାଷୀମାନଙ୍କର ବହୁ ପୂର୍ବରୁ ବିଶେଷ ଭାବେ ଉପକୃତ ଓ କିଛି ଅର୍ଥନୈତିକ ଅଭିବୃଦ୍ଧି ଘଟିଥିବା ବେଳେ ଏବେ କିନ୍ତୁ ପ୍ରଶାସନିକ ଅବହେଳାର ଶୀକାର ହେଉଛି । ଗଂଜାମ କପା ଚାଷୀ ମାନେ ସଠିକ୍ ସମୟରେ ଉତ୍ପାଦନ କରୁଥିବା ବେଳେ କ୍ରେତାଙ୍କର ଅଭାବରୁ ରାୟଗଡ଼ାର ଗୁଣପୁର ଯାଇ ବିକ୍ରି କରିବାକୁ ପଡ଼ୁଛି । ଯାହା ଫଳରେ ଚାଷୀ ତାର ଉଚିତ୍ ମୂଲ୍ୟ ପାଇପାରୁନାହିଁ ଓ ନାନା ସମସ୍ୟାର ସମ୍ମୁଖୀନ ହେଉଛି । ଏହାର ମୁଖ୍ୟ କାରଣ ଗଞ୍ଜାମରେ କୌଣସି ଜିନିଙ୍ଗ୍ କିମ୍ବା ପ୍ରେସିଙ୍ଗ୍ ମିଲ୍ ନାହିଁ । ଯାହା ଫଳରେ କ୍ରେତା ମାନେ କପା କିଣିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି ।

 

Image result for cutton field in ganjamImage result for cutton field in ganjam

ଗଂଜାମର ଆସିକା ଠାରେ ଥିବା ସ୍ପନିଙ୍ଗ ମିଲ୍ ବହୁ ବର୍ଷ ଧରି ରୁଗ୍ଣ ଅବସ୍ଥାରେ ଥିବା ବେଳେ ଗଂଜାମ ଚାଷୀ ଗୁଣପୁର ଯାଇ କପା ବିକ୍ରି କରିବାକୁ ବାଧ୍ୟ ହୋଇଛି । ଏଥି ପାଇଁ ଗଂଜାମରେ ଦିନକୁ ଦିନ କପା ଚାଷ ପ୍ରତି ସ୍ପୃହା କମିବାରେ ଲାଗିଛି । ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ରାଜନୈତିକ ଇଛା ଶକ୍ତି ଓ ପ୍ରଶାସନିକ କଳର ଦୁର୍ବଳତା ପାଇଁ ଗଂଜାମ ଜିଲ୍ଲାରେ କୌଣସି ଜିନିଙ୍ଗ୍ ମିଲ୍ ସ୍ଥାପନ ହୋଇପାରୁନାହିଁ କିମ୍ବା ତୃଣମୂଳ ସ୍ତରର ସମସ୍ୟାକୁ ଅଣଦେଖା କରାଯାଉଛି । ଗଞ୍ଜାମରେ ବର୍ତ୍ତମାନ ୫ଟି ବ୍ଲକରେ  ୮୫୪ ହେକ୍ଟର ଜମି କପା ଚାଷ ହୋଇଥିବା ବେଳେ ୧ହଜାରରୁ ଉଦ୍ଧ୍ୱର୍ ଚାଷୀ ଓ ତାଙ୍କ ପରିବାରଙ୍କ ଜୀବନ ଜୀବିକା ଏଥିରେ ଯୋଡ଼ି ହୋଇ ରହିଛି । ବର୍ତ୍ତମାନ ସୁଦ୍ଧା ୧୬୨୭ କୁଇଣ୍ଟାଲ କପା କ୍ରୟ କରାଯାଇଥିଲେ ହେଁ ନିଜ ଖର୍ଚ୍ଚରେ ଚାଷୀ ଦୂରଦୂରାନ୍ତରକୁ ଯାଇ କପା ବିକ୍ରି କରୁଥିବା ବେଳେ ସମସ୍ୟାର ସମାଧାନ ହୋଇପାରୁନାହିଁ । ଆଗାମୀ ଦିନରେ ଏପରି ଯଦି ଲାଗିରହେ ତେବେ ସମ୍ପୂର୍ଣ୍ଣ ଭାବେ କପା ଚାଷ ପ୍ରତି ଚାଷୀ ମୁହଁ ଫେରାଇ ନେବ ଏଥିରେ ସନ୍ଦେହ ନାହିଁ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହାର ଯଥାଯଥ ସମାଧାନ ପାଇଁ ଆମେ ଚେଷ୍ଟା କରିବା ସହ ଜିନିଙ୍ଗ୍ ମିଲ୍ ପାଇଁ ଆମେ ସରକାରଙ୍କୁ ଜଣାଇବୁ ।