ଖୋର୍ଦ୍ଧା ଗଞ୍ଜାମ ସୀମା ସିଲ ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଘଟଣା ସ୍ଥଳ ପରିଦର୍ଶନ

ଖୋର୍ଦ୍ଧା ଗଞ୍ଜାମ ସୀମା ସିଲ ପରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ଘଟଣା ସ୍ଥଳ ପରିଦର୍ଶନ

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ
#ଖୋର୍ଦ୍ଧା_ଗଞ୍ଜାମ_ସୀମା_ସିଲ_ପରେ_ଆରକ୍ଷୀ_ଅଧିକ୍ଷକଙ୍କ_ଘଟଣା_ସ୍ଥଳ_ପରିଦର୍ଶନ            କୋଦଳା  : ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ରବିବାର କୋଦଳା ଓ ବେଗୁନିଆପଡା ଅଞ୍ଚଳ ପରିଦର୍ଶନ କରି ପ୍ରଶାସନ ସହିତ କରୋନା କୁ ନେଇ ସମୀକ୍ଷା । କରି ଫେରିଥିବା ଜଣାପଡ଼ିଛି । କରୋନା ମହାମାରୀର ଉଗ୍ର ରୂପ ଦେଖି ଆଗରୁ ସତର୍କ ଓ ସଚେତନ ପାଇଁ ଜିଲ୍ଳା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ବେଗୁନିଆପଡା ଅଙ୍ଗାର ଗାଁ ପଞ୍ଚାୟତ ସାଳିଆଡ୍ୟାମ ନିକଟସ୍ଥ ଡାଇକି ଛକ ନିକଟ ରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି , ତହସିଲଦାର ପ୍ରଭାତ କୁମାର ପରିଡା ,ବେଗୁନିଆପଡା ଫାଣ୍ଡି ସବଇନ୍ସପେକ୍ଟର ଦିପ୍ତୀ ରଞ୍ଜନ ବେହେରା ଏବଂ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ସାହୁଙ୍କ ଉପସ୍ଥିତି ରେ ସୀମା କୁ ତାର ବାଡ ମାଧ୍ୟମ ରେ ସିଲ କରାଯାଇଥିଲା । ସଟ ଡାଉନ ଆରମ୍ଭ ହୋଇଯାଇଥିବାରୁ ରାତି ତମାମ ଥାନା ଅଧିକାରୀ ସମସ୍ତ ଅଞ୍ଚଳ ପରିଭ୍ରମଣ କରି ତଦାରଖ କରିଥିଲେ ଓ ବେଗୁନିଆପଡା ଓ କୋଦଳା ର ପ୍ରମୁଖ ରାସ୍ତା କୁ ସିଲ କରିଥିଲେ । ସକାଳୁ ସକାଳୁ କିଛି ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ଥିଲେ ସୁଦ୍ଧା ଜନସାଧାରଣ ସତର୍କ ହୋଇଯାଇଥିଲେ । କୋଦଳାର ସମସ୍ତ ମୁଖ୍ୟ ରାସ୍ତାକୁ ବନ୍ଦ କରି ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । ପେଟ୍ରୋଲ ଟାଙ୍କି ନିକଟ ରେ ଥାନା ସବ ଇନିସପେକ୍ଟର ଅନୀଲ କୁମାର ସାହୁ ସମସ୍ତ ପଥଚାରୀ ଓ ଗାଡି ଚାଳକଙ୍କୁ ଅଟକାଇ ସେମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଥିଲେ । ଅମାନିଆ ଚାଳକଙ୍କ ଗାଡିକୁ ଅଟକାଇ ଥାନା କୁ ନେଇଥିଲେ । ଦିବା ୧୨ଟା ଠାରୁ ସମସ୍ତ ଦୋକାନ ବଜାର ବନ୍ଦ ହୋଇ ରାସ୍ତାଘାଟ ଖାଁ ଖାଁ ଦେଖାଯାଇଥିଲା । ଏହାରି ଭିତରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଶନିବାର ଖୋର୍ଦ୍ଧା ଗଞ୍ଜାମ ସୀମା ସିଲ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ବ୍ଲକ ର ସ୍ଥିତି ଅନୁଧ୍ୟାନ କରି କୋଦଳା ବସଷ୍ଟାଣ୍ଡ ଚାରିଛକ ଠାରେ କିଛି ସମୟ ରହି ଥାନା ଅଧିକାରୀ ଏବଂ ତହସିଲଦାର ଙ୍କ ସହିତ ଆଲୋଚନା କରିଥିଲେ । ସମୀକ୍ଷା ଓ ଆଲୋଚନା ପରେ ସବୁ କିଛି ଠିକ ଚାଲିଥିବା କହିବା ସହିତ ସେ ଗନ୍ତବ୍ୟ ସ୍ଥଳ କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।