ଖାଇବାକୁ ଦେଲାନି ଠିକାଦାର, ମହିଳା ଓ ଶିଶୁଙ୍କ ସହ ଜିଲ୍ଲା ଛାଡିଲେ ଶତାଧିକ ଶ୍ରମିକ

ଖାଇବାକୁ ଦେଲାନି ଠିକାଦାର, ମହିଳା ଓ ଶିଶୁଙ୍କ ସହ ଜିଲ୍ଲା ଛାଡିଲେ ଶତାଧିକ ଶ୍ରମିକ

ଓଡିଶା କେନ୍ଦୁଝର କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଖାଇବାକୁ_ଦେଲାନି_ଠିକାଦାର,_ଜିଲ୍ଲା_ଛାଡିଲେ_ଶତାଧିକ_ଶ୍ରମିକ          କେନ୍ଦ୍ରାପଡା :  କେନ୍ଦୁଝର ଅଞ୍ଚଳର ଶତାଧିକ ଶ୍ରମିକଙ୍କୁ ଇଟାଭାଟି ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ କରିଥିବା ଠିକାଦାର ସେମାନଙ୍କୁ ଖାଇବାକୁ ନ ଦେବାରୁ ବାଧ୍ୟ ହୋଇ ଏହି ଶ୍ରମିକ ମାନେ ଜିଲ୍ଲା ଛାଡି ନିଜ ଗାଁ କୁ ଫେରିଯାଇଥିବା ଜଣା ପଡିଛି । କେନ୍ଦୁଝର ଜିଲ୍ଲାର କେନ୍ଦୁଝର, ଜୋଡା, ବଡବିଲ, ଡୁବୁରି, ଢେଙ୍କିକୋଟ ପ୍ରଭୃତି ଅଞ୍ଚଳରୁ ଶତାଧିକ ଶ୍ରମିକଙ୍କୁ ସଂଗ୍ରହ କରି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ପତ୍ରପୁର ଅଞ୍ଚଳର ଇଟାଭାଟି ମାଲିକ ମାନେ ଓ ଅନ୍ୟ ଠିକାଦାର ମାନେ ନିର୍ମାଣ କାର୍ଯ୍ୟରେ ଲଗାଇଥିଲେ । ଲକ ଡାଉନ କଟକଣା ଜାରି ରହିଥିବାରୁ ଏହି ନିର୍ମାଣ କାର୍ଯ୍ୟ ଓ ଇଟାଭାଟି କାର୍ଯ୍ୟ ବନ୍ଦ ରହିଛି । ଠିକାଦାର ଓ ଇଟାଭାଟି ମାଲିକ ମାନେ ଏହି ଶ୍ରମିକ ମାନଙ୍କୁ ଖାଇବାକୁ ନଦେବାରୁ ଭୋକ ଉପାସରେ ଏହି ଶ୍ରମିକ ମାନେ ଦିନ କାଟୁଥିଲେ । ଏହା ସହ ସ୍ଥାନୀୟ ପ୍ରଶାସନ ମଧ୍ୟ କୈାଣସି ପ୍ରକାର ସହଯୋଗ ନ କରିବାରୁ ଭୋକ ଉପାସରେ ଥିବା ଏହି ଶ୍ରମିକ ମାନେ ରାତି ୨ ଟାରୁ ଚାଲିଚାଲି ନିଜ ଗାଁ କେନ୍ଦୁଝର ଅଭିମୁଖେ ଝିବା ପାଇଁ ବାହାରିଛନ୍ତି । ଛୋଟ ଛୋଟ ଶିଶୁଙ୍କ ସହ ମହିଳାମାନେ ମଧ୍ୟ ଏହି ଶ୍ରମିକ ଦଳରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ଶ୍ରମିକ ମାନଙ୍କୁ କାମରେ ଲଗାଇଥିବା ଠିକାଦାର ଓ ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ଅନ୍ୟ ଜିଲ୍ଲାରୁ ଆସିଥିବା ଏହି ଶ୍ରମିକ ମାନେ ଖାଇବାକୁ ନପାଇ ନିଜ ଗାଁ ମୁହାଁ ହୋଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।