ଖଣ୍ଡାଦେଖାଇ ୩ଲକ୍ଷ ଲୁଟ୍ ଅଭିଯୋଗ

ଖଣ୍ଡାଦେଖାଇ ୩ଲକ୍ଷ ଲୁଟ୍ ଅଭିଯୋଗ

ଓଡିଶା ଜିଲ୍ଲା ପୁରୀ

#ଖଣ୍ଡାଦେଖାଇ_୩ଲକ୍ଷ_ଲୁଟ୍_ଅଭିଯୋଗ                 ପିପିଲି   : ( ବିଜୟ କୁମାର ମହାପାତ୍ର ) ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ୩୧୬ ନମ୍ବର ନିର୍ମଳାଛକ ନିକଟସ୍ଥ ମଧୁବନ ଢାବା ନିକଟରୁ ଏକ ତେଜରାତି ମସଲା କମ୍ପାନିର ଟାଟା ଏସି ଗାଡିରୁ ୩ଜଣ ଦୃର୍ବୁତ୍ତ ଖଣ୍ଡା ଦେଖାଇ ୩ଲକ୍ଷ ଟଙ୍କା ଲୁଟ କରି ନେଇଯାଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୁଚନାନୁଯାଇ ପୁରୀ ର ଏକ ତେଜରାତି ବିତରଣକାରୀ ସଂସ୍ଥା ପକ୍ଷରୁ ପିପିଲି ଓ ମଙ୍ଗଳପୁର ଅଂଚଳରେ ଥିବା ଗ୍ରୋସରୀ ଦୋକାନ ମାନଙ୍କୁ ତେଜରାତି ସାମଗ୍ରୀ ତଥା ତେଲ,ବିସ୍କୁଟ ଓ ମସଲା ଆଦି ବିତରଣ କରାଯାଇଥାଏ । ଆଜି ଉକ୍ତ ସଂସ୍ଥାର ଦୁଇ ଜଣ କର୍ମଚାରୀ ଏକ ଟାଟା ଏସି ଗାଡି ଯାହାର ନମ୍ବର(ଓଡି-୧୩-୫୦୯୯)ପିପିଲି ଓ ମଙ୍ଗଳପୁର ଅଂଚଳର କେତେକ ଗ୍ରୋସରୀ ଦୋକାନରେ ବିଭିନ୍ନ ସାମଗ୍ରୀ ବିତରଣ କରିଥିଲେ । ଦୋକାନୀଙ୍କ ଠାରୁ ସେହୀ ବାବାଦ ଅର୍ଥକୁ ଆଦାୟକରି ଦୁଇ କର୍ମଚାରୀ ଟାଟା ଏସି ଗାଡିରେ ପୁରୀ କୁ ଫେରୁଥିବା ବେଳେ ବାଟରେ ସେମାନଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ୩ଜଣ ଦୃର୍ବୁତ୍ତ ଏକ ବାଇକି ଯୋଗେ ପଛରୁ ଆସି ଉକ୍ତ ଟାଟା ଏସି ଗାଡିକୁ ନିର୍ମଳା ଛକ ନିକଟସ୍ଥ ମଧୁବନ ଢାବା ନିକଟରେ ଅଟକାଇଥିଲେ ।ଗାଡିରେ ଥିବା ଦୁଇ କର୍ମଚାରୀଙ୍କୁ ଦୃର୍ବୁତ୍ତମାନେ ଖଣ୍ଡା ଦେଖାଇ ସେମାନଙ୍କଠାରୁ ୩ଲକ୍ଷ ଟଙ୍କା ଭର୍ତି ଏକ ବ୍ୟାଗ ଓ ଗାଡି ର ଚାବିକୁ  ଛଡାଇ ନେଇ ଦୃର୍ବୁତ୍ତମାନେ ସେହୀ ଜାଗାରୁ ଖସି ପଳାଇଥିଲେ । ଖବର ପାଇ ପିପିଲି ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି, ଏଏସଆଇ ରବିନ୍ଦ୍ର ନାୟକ ,ସାତଶଂଖ ଫାଣ୍ଡି ଅଧିକାରୀ ବଳଦେବ ପ୍ରସାଦ ଦାଶ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛନ୍ତି । ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି । ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ହେଉଛି ଏହି ଲୁଟ ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ପୁଲିସ ବିଭିନ୍ନ ଦିଗରୁ ଘଟଣାର ଅନୁସନ୍ଧାନ ଚଳାଇବା ସହ ଲୁଟ ହୋଇଥିବା ସଂସ୍ଥାର ଦୁଇ କର୍ମଚାରିଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚାରା ଉଚରା ଜାରି ରଖିଥିବା ଜଣାପଡିଛି ।