କ୍ୱାରେଣ୍ଟାଇନ୍ ରେ ରହିବାକୁ ପ୍ରବାସୀଙ୍କ ପାଇଁ ହୋଇଛି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା

କ୍ୱାରେଣ୍ଟାଇନ୍ ରେ ରହିବାକୁ ପ୍ରବାସୀଙ୍କ ପାଇଁ ହୋଇଛି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା

ଓଡିଶା ବଡ ଖବର

 #ପ୍ରବାସୀଙ୍କ_ପାଇଁ_ହୋଇଛି_୫_ଲକ୍ଷ_ଶଯ୍ୟାର_ବ୍ୟବସ୍ଥା               ଭୁବନେଶ୍ୱର  :  ଓଡିଶା ଫେରିଥିବା ପ୍ରବାସୀଙ୍କ ପାଇଁ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଞ୍ଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପଂଜୀକରଣ କରିବାକୁ ହେବ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ଞ୍ଚାୟତଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ବୋଲି ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ସଫେଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କେନ୍ଦ୍ରଗୁଡ଼ିକରେ ମେନୁ ଚାର୍ଟ ଅନୁସାରେ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର କରୁଛନ୍ତି ।
ପ୍ରତ୍ୟେକ ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା କରାଯାଇପାରିଛି । ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତରେ ୫ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ ବ୍ୟକ୍ତିମାନେ ଗ୍ରାମାଂଚଳକୁ ଆସିବେ, ସେମାନଙ୍କର ଟେଷ୍ଟିଂ କରାଯିବ । ସେଠାରେ ପଞ୍ଚାୟତରେ ରେଜିଷ୍ଟରରେ ସେମାନଙ୍କର ନାମ ଆଉ ଥରେ ପଞ୍ଜୀକରଣ କରାଯିବ । ଜଣେ ବ୍ୟକ୍ତି ନିଜର ବ୍ୟବହାର ଲାଗି ଜିନିଷ (ବ୍ରଶ, ଟୁଥପେଷ୍ଟ, ସାବୁନ, ତେଲ)କୁ କେବଳ ବ୍ୟବହାର କରିବେ । ପରିବେଶ ସଫାସୁତୁରା କରାଯାଉଛି । ଶୌଚାଳୟ, ପାଣି ଟାଙ୍କିକୁ ବିଭିନ୍ନ ସମୟରେ ପରିଷ୍କାର ରଖାଯାଉଛି ।ସାମାଜିକ ଦୂରତା ପାଇଁ ୨ ମିଟର ବ୍ୟବଧାନରେ ଶଯ୍ୟାଗୁଡ଼ିକ ପକାଯାଇଛି । ଟିଏମସି (ଅସ୍ଥାୟୀ ମେଡିକାଲ ଶିବିର) ସୁ·ରୁ ରୂପେ ପରି·ଳିତ ହେଉଛି । ପ୍ରବାସୀମାନେ ୧୪ ଦିନ ରହିବା ପରେ ନିଜ ଘରକୁ ଯିବେ ବୋଲି ଶ୍ରୀ ସିଂହ କହିଛନ୍ତି ।