କ୍ଷତିଗ୍ରସ୍ତ ମୁଗ ଓ ଡାଳୁଅ ଚାଷୀଙ୍କୁ କ୍ଷତିପୂରଣ ଦାବି

କ୍ଷତିଗ୍ରସ୍ତ ମୁଗ ଓ ଡାଳୁଅ ଚାଷୀଙ୍କୁ କ୍ଷତିପୂରଣ ଦାବି

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#କ୍ଷତିଗ୍ରସ୍ତ_ମୁଗ_ଓ_ଡାଳୁଅ_ଚାଷୀଙ୍କୁ_କ୍ଷତିପୂରଣ_ଦାବି      କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହିଥିବାରୁ ଡାଳୁଅ ଚାଷ ନଷ୍ଟ ହେବା ସହ ମୁଗ ଓ ବିରି ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଏନେଇ ଚାଷୀମାନେ ଜିଲ୍ଲା କୃଷି ଅଧିକାରୀ ଙ୍କୁ ସାକ୍ଷାତ କରି କ୍ଷୟକ୍ଷତି ଆକଳନ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି । କେଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଏନେଇ ଶୁକ୍ରବାର ଜିଲ୍ଲା କୃଷି ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି ।

ଡେରାବିଶ ବ୍ଲକର ଚାଷୀ ପ୍ରାୟତଃ ମୁଗ ଫସଲ କରନ୍ତି । ମୁଗ ଅମଳ ସମୟରେ ଲଗାତାର ବର୍ଷା ହେବା କାରଣରୁ ଚାଷୀ ମାନଙ୍କର ଡାଲି ଜାତୀୟ ଫସଲ ମୁଗ ସଂପୂର୍ଣ୍ଣ ଉଜୁଡି ଯାଇଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତିା ଏ ସଂପର୍କରେ ଜିଲ୍ଲା ଚାଷୀ ଶ୍ରମିକ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା କୃଷି ଅଧରକାରୀ ଙ୍କୁ ଭେଟି କ୍ଷୟକ୍ଷତିର ଆକଳନ କରିବାକୁ ଦାବି କରିଛନ୍ତି । କରୋନା ଆଡରେ ଚାଷୀମାନଙ୍କ କ୍ଷୟକ୍ଷତିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଖରିପ ଧାନ କିଣା ଅବଧି ସରକାର ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବେ ବୋଲି ଘୋଷଣା କରିଥିଲେ । ଚାଷୀମାନେ ଏପର୍ଯ୍ୟନ୍ତ ମଣ୍ଡରେ ଧାନ ଦେଇପାରି ନଥିବା ଏବଂ ଟୋକନ ଧରି ବସିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ଲଗାଣ ବର୍ଷା ଫଳରେ ମୁଗ, ବିରି ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏହାକୁ ଆକଳନ କରି ଚାଷୀଙ୍କୁ
କ୍ଷତି ପୂରଣ ଦେବାପାଇଁ ସଂଘର ସଭାପତି ପଣ୍ଡିତ ଶରତ ମିଶ୍ର, ଅଞ୍ଜନ କୁମାର ପଲାଇ, ପ୍ରମୁଖ ଦାବି କରିଛନ୍ତି ।