କ୍ବାରେଣ୍ଟାଇନ କେନ୍ଦ୍ରରେ ଯୋଗାଭ୍ୟାସ

କ୍ବାରେଣ୍ଟାଇନ କେନ୍ଦ୍ରରେ ଯୋଗାଭ୍ୟାସ

ଓଡିଶା ଜିଲ୍ଲା ରାୟଗଡା
#କ୍ବାରେଣ୍ଟାଇନ_କେନ୍ଦ୍ରରେ_ଯୋଗାଭ୍ୟାସ                ରାୟଗଡା  :       ରାୟଗଡା ଜିଲ୍ଲା ସମସ୍ତ ଆଶ୍ରମ ସ୍କୁଲ ଗୁଡିକରେ ପ୍ରବାସୀ ଓଡ଼ିଆ ଓ ଅନ୍ୟ ରାଜ୍ୟର ପ୍ରବାସୀ ମାନଙ୍କ ପାଇଁ  ଖୋଲାଯାଇଥିବା କ୍ବାରେଣ୍ଟାଇନ କେନ୍ଦ୍ରରେ  ଅଧିବାସୀ ମାନଙ୍କୁ ଯୋଗାଭ୍ୟାସ ଶିକ୍ଷା ହିଆଯାଉଛି।   ରାୟଗଡା ବ୍ଲକ ଅଧୀନରେ ଥିବା କୁଟୁଳି ଆଶ୍ରମ ଓ ତାଡମା ଆଶ୍ରମ ସ୍କୁଲ ଓ ଗୁଣୁପୁର ବ୍ଲକ ର ଡମ୍ବସରା ଆଶ୍ରମ ବିଦ୍ୟାଳୟରେ ରହୁଥିବା ପ୍ରବାସୀ ମାନେ କିପରି ନିଜର ଶରୀରକୁ   ରୋଗ ଦାଉରୁ ରକ୍ଷା କରିବେ ସେ ନିମନ୍ତେ  ଯୋଗ ମାଧ୍ୟମରେ  ପ୍ରଶିକ୍ଷଣ ଦିଆଯାଉଛି।ଏହି ସ୍କୁଲ ମାନଙ୍କ ଦାୟିତ୍ୱରେ ଥିବା ଶିକ୍ଷକ ମାନେ ଅତି ସୁନ୍ଦର ଭାବେ ଶୃଂଖଳା ର ସହ ଯୋଗ ଶିକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ଏବେ ପ୍ରବାସୀ ମାନେ ମଧ୍ୟ ଯୋଗ ଶିକ୍ଷା  ପାଇଁ ଇଚ୍ଛା ପ୍ରକଟ କରୁଥିବା ଦେଖିବାକୁ ମିଳିଛି। ଯଦି ଅନ୍ୟ କ୍ବାରେଣ୍ଟାଇନ କେନ୍ଦ୍ର ମାନଙ୍କରେ ଏପରି ପ୍ରବାସୀ ମାନଙ୍କୁ  ଯୋଗ ଶିକ୍ଷା ପ୍ରଦାନ କଲେ ବହୁତ ଭଲ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।