କ୍ବାରଣ୍ଟାଇନ ମୁକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା

କ୍ବାରଣ୍ଟାଇନ ମୁକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା

ଓଡିଶା ବଡ ଖବର

#କ୍ବାରଣ୍ଟାଇନ_ମୁକ୍ତଙ୍କ_ପାଇଁ_ଆରମ୍ଭ_ହେବ_ସ୍ବତନ୍ତ୍ର_ତାଲିମ_ବ୍ୟବସ୍ଥା             ଭୁବନେଶ୍ୱର  :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ବର୍ତମାନ ପ୍ରବାସୀ ଓଡିଆମାନେ ବହୁ ସଂଖ୍ୟାରେ ଓଡିଶା ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଂଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡିକର ଉପଯୁକ୍ତ ପରିଚାଳନା ଓ ଲୋକମାନଙ୍କୁ ରୋଜଗାର ଯୋଗାଇଦେବାପାଇଁ ଅର୍ଥନୀତିକୁ ଚଳଚଂଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁୁତ୍ୱାରୋପ କରିଥିଲେ । ଏଥିପାଇଁ ମାନବିକତା ଓ ବୃତିଗତ ଦକ୍ଷତା ସହ ଏଠି କଠିନ ପରିସ୍ଥିତି ର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ଲମ୍ବା ଯୁଦ୍ଧ । ତେଣୁ କୋଭିଡ୍ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଂଚାୟତିରାଜ ଅନୁଷ୍ଠାନ ଗୁଡିକୁ ବର୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗଂଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କରେ ଅନ୍ତେବାସୀମାନଙ୍କୁ କୋଭିଡ୍ ରୋଗ ପରିଚାଳନା ସମ୍ପର୍କରେ ତାଲିମ୍ ଦିଆଯିବା ଦରକାର ଯାହା ଫଳରେ ସଙ୍ଗରୋଧରୁ ବାହାରିବା ପରେ ସେମାନେ କୋଭିଡ୍ ସ୍ୱେଚ୍ଛାସେବୀ ଭାବରେ ସମାଜକୁ ସେବା ଯୋଗାଇ ଦେଇପାରିବେ । ଏଥିପାଇଁ ଁଏଁକ ସକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଆଗାମୀ ଏକ ସପ୍ତାହ ମଧ୍ୟରେ ଗଂଜାମ , ବାଲେଶ୍ୱର , କେନ୍ଦ୍ରାପଡା , ଭଦ୍ରକ , ଯାଜପୁର ଓ ବଲାଙ୍ଗୀର ଆଦି ଜିଲ୍ଲାମାନଙ୍କରେ କୋଭିଡ୍ କେୟାର ସେଂଟରରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତମାନ ସମୟରେ ଗର୍ଭବତୀ ମହିଳା , ପ୍ରସୂତୀ , ଶିଶୁ , ଭିନ୍ନକ୍ଷମ ଧ ବୟସ୍କ ଲୋକମାନଙ୍କ ପ୍ରତତ ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଜୀବନ ଜୀବିକା ଓ ଅର୍ଥନେଅତିକ ପୁନରୁଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମଜିଏନଆରଇଜିଏସ୍ ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ଦରକାର । ବିଭିନ୍ନ ବିଭାଗ ମାନେ ସେମାନଭ୍କ ଅଧୀନରେ ଯେପରି ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେଇପାରିବେ ସେଥିପାଇଁ ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରାମ୍ୟ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ପାଇ ପିପିଇ ଏବଂ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କୃଷି ଅର୍ଥନୀତିକୁ ଅଧିକ ସୁଦୃଢ କରିବାପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ୩ ଟି ଅର୍ଡିନାନ୍ସ ଆଣିବେ ବୋଲି ବୈଠକରୁ ଜଣାଯାଇଛି ।
ବର୍ତମାନ ରବି ଧାନ ଅମଳ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇସାରିଛି । ସାର , ବିହନ ଏବଂ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଛି । ଚାଷୀ ମାନଙ୍କ ପାଇଁ ହେଲ୍ପ ଲାଇନ୍ ମଧ୍ୟ କାର୍ଯ୍ୟ କରୁଛି । ମତ୍ସ୍ୟ ଚାଷ , କୁକୁଡା , ଉଦ୍ୟାନ କୃଷି,ଗୋପାଳନ ଆଦି କାର୍ଯ୍ୟକ୍ରମ ମଧ୍ୟ ସନ୍ତୋଷଜନକ ରହିଛି ।
ସ୍ୱୟଂ ସହାୟକ ଗୋଷ୍ଠୀମାନେ କୋଭିଡ୍ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୂଚନା ଦେଇଥିଲେ । ମିଶନ ଶକ୍ତିର ମହିଳାମାନେ ୫୦ ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବା ବେଳେ ସେଥିରୁ ୪୬ ଲକ୍ଷରୁ ଅଧିକ ମାସ୍କ ବଂଟନ କରାଯାଇଛି । ସେହିପରି ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଦେଇ ୧.୬ କୋଟି ମିଲ୍ ଯୋଗାଇ ଦେଇଛନ୍ତି । ଏହାସହିତ ସେମାନେ ହସ୍ପିଟାଲ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ , ମାଛ ଚାଷ, କୃଷି, ପରିବାର ଗୁଡିକୁ ସିଧାସଳଖ ରାସନ୍ ଯୋଗାଣ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଦିଆଯାଇଛି ବୋଲି ବୈଠକରେ ସୂଚନ ଦିଆଯାଇଥିଲା ।
ବିଭିନ୍ନ କ୍ଷେତ୍ରରେ ଶ୍ରମଭିତିକ କାର୍ଯ୍ୟକ୍ରମକୁ ଜୋରଦାର କରିବାପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ ଓ ଜଙ୍ଗଲବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ଆଗାମୀ ଏକ ମାସ ମଧ୍ୟରେ ଦିନକୁ ଏକ ଲକ୍ଷ ଲୋକଙ୍କୁ ବୃକ୍ଷେରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ଲକ୍ ଡାଉନ୍ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବାପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ନିୟମଭଙ୍ଗକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୋଲିସ୍ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ , ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା , ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବାଅତିରିକ୍ତ ମୁଖ୍ୟ ଶାସନ ସଚିବ , ପୋଲିସ୍ ମହାନିର୍ଦ୍ଦେଶକ , ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।