କୌଣସି ପ୍ରବାସୀ ଶ୍ରମିକ ରାଜ୍ୟ ମଧ୍ୟ ଦେଇ ଯେପରି ଚାଲି ଚାଲି ନଯିବେ , ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କୌଣସି ପ୍ରବାସୀ ଶ୍ରମିକ ରାଜ୍ୟ ମଧ୍ୟ ଦେଇ ଯେପରି ଚାଲି ଚାଲି ନଯିବେ , ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ବଡ ଖବର

#ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ       ଭୁବନେଶ୍ୱର   : କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ  ସରକାର ସର୍ବଦା ବସ୍ ପ୍ରସ୍ତୁତ ରଖିଛନ୍ତି । କୌଣସି ପ୍ରବାସୀ ଶ୍ରମିକ ଯେପରି ରାଜ୍ୟ ମଧ୍ୟ ଦେଇ ଚାଲି ଚାଲି ନଯିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୋଲିସ୍ ଡିଜି  ଅଭୟ ପ୍ରକାଶ କରିଛନ୍ତି ।

ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଂଚାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ରାଜ୍ୟ ସରକାର ଏହିସବୁ ବର୍ଡର ଚେକ୍ ପଏଣ୍ଟ ପରିଚାଳନାର ଦାୟିତ୍ୱ ପୋଲିସକୁ ପ୍ରଦାନ କରିଛନ୍ତି । ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟଦେଇ ସେମାନଙ୍କ ନିଜ ନିଜ ରାଜ୍ୟକୁ ଗଲାବେଳେ ଯେପରି ତାଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଏଥି ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୋଲିସ୍ ମହାନିର୍ଦ୍ଦେଶକ  ଅଭୟ  କହିଛନ୍ତି ।
ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭିୟ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ରେ ପଠାଇବାଏବଂ ସେମାନଙ୍କର ଖାଇବା ବ୍ୟବସ୍ଥାର ସମସ୍ତ ଦାୟିତ୍ୱ ନିଆଯିବ । ଏହି ସବୁ ବସ୍ ରାଜ୍ୟର ସୀମା ତନଖି ଫାଟକ ସୋହେଲା, ଗିରିସୋଲା ଓ କେରଡ଼ାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଶ୍ରମିକମାନେ ଯଦି ନିକଟସ୍ଥ ପୋଲିସ୍ ଷ୍ଟେସନରେ ପହଞ୍ଚନ୍ତି ତେବେ ଓଡ଼ିଶା ପୋଲିସ ସେମାନଙ୍କ ଗନ୍ତବ୍ୟ ସ୍ଥଳର ନିକଟବର୍ତୀ ସୀମାରେପହଞ୍ଚାଇବେ । ସେମାନଙ୍କର ବସ୍ ଖର୍ଚ୍ଚ, ଖାଇବା ଆଦିର ବ୍ୟବସ୍ଥା ସରକାର ବହନ କରିବେ