କୋରୋନା ମୁକାବିଲା ସମୀକ୍ଷା ପାଇଁ ରାୟଗଡାରେ ଦକ୍ଷିଣାଞ୍ଚଳ ଡି ଆଇ ଜି

କୋରୋନା ମୁକାବିଲା ସମୀକ୍ଷା ପାଇଁ ରାୟଗଡାରେ ଦକ୍ଷିଣାଞ୍ଚଳ ଡି ଆଇ ଜି

ଓଡିଶା ଜିଲ୍ଲା ବଡ ଖବର ରାୟଗଡା
#କୋରୋନା_ମୁକାବିଲା_ସମୀକ୍ଷା_ପାଇଁ_ରାୟଗଡାରେ_ଦକ୍ଷିଣାଞ୍ଚଳ_ଡିଆଇଜି         ରାୟଗଡା : (ଗୁରୁ ପ୍ରସାଦ ସାହୁ) ରାୟଗଡା ଜିଲ୍ଲା ରେ ପୋଲିସ ପ୍ରଶାସନ କୋରୋନାର ପ୍ରତିକାର ଓ ଜିଲ୍ଲା ବାସୀଙ୍କୁ  ଆଇନ ଶୃଙ୍ଖଳା  କିପରି ଯୋଗାଇ ଦେଉଛି ତାହା ସମୀକ୍ଷା କରିବା ପାଇଁ ଦକ୍ଷିଣାଞ୍ଚଳ  ଡି.ଆଇ .ଜି  ସଫିନ ଅହମ୍ମଦ ରାୟଗଡା ଦିନିକିଆ ଗସ୍ତରେ ଆସିଥିଲେ। ଏହି ଗସ୍ତରେ ସେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ମୁଖ୍ୟ ଅଞ୍ଚଳ ରାୟଗଡା ଆରକ୍ଷୀ ଅଧୀକ୍ଷକ  ଶ୍ରବଣ ଭିବେକ କୁମାରଙ୍କ ସହ ବୁଲି ଦେଖିଥିଲେ। ରାୟଗଡା ଜିଲ୍ଲାରେ ଆଇନ ଶୃଂଖଳା ଓ ପ୍ରତ୍ୟେକ ଗଳିକନ୍ଦି ରେ ପୋଲିସ ପାଟ୍ରୋଲିଂ, ମୁଖ୍ୟ ଛକ ମାନଙ୍କରେ ପୁଲିସ ମୁତୟନ ହୋଇଥିବା ଦେଖିଥିଲେ । ରାୟଗଡା ଜିଲ୍ଲା ପୋଲିସ ନିଜ କାର୍ଯ୍ୟ ଓ କର୍ତ୍ତବ୍ୟ କୁ ସୂଚାରୁ ରୁପେ ତୁଲାଇ ବାରେ ସକ୍ଷମ ଥିବା ଦେଖି ଜିଲ୍ଲା ପୋଲିସଙ୍କୁ ପ୍ରଶଂସା କରିଥିଲେ ।
ରାୟଗଡା ଆରକ୍ଷୀ ଅଧୀକ୍ଷକ ଶ୍ରବଣ ଭିବେକ କୁମାର ଙ୍କ କାର୍ଯ୍ୟାଳୟ ସମ୍ମୁଖ ବଗିଚା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଡି.ଆଇ .ଜି ଶ୍ରୀ ଅହମ୍ମଦ  ଜିଲ୍ଲା ବାସୀଙ୍କୁ  ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନିୟମକୁ ପାଳନ କରନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ, ଆବଶ୍ୟକ ସ୍ଥଳେ ଘରୁ ବାହାରକୁ ବହାରନ୍ତୁ ଅନ୍ୟଥା ଘରେ ରୁହନ୍ତୁ ଓ ବହାରକୁ ଗଲେ ମାସ୍କ ର ବ୍ୟବହାର କରନ୍ତୁ ଓ ପୋଲିସର ଆଇନ ଶୃଙ୍ଖଳାକୁ ମାନି ଚାଲନ୍ତୁ ଓ ଏକ ସୁସ୍ତ ଜୀବନ ଯାପନ କରନ୍ତୁ ବୋଲି ଜିଲ୍ଲା ବାସୀଙ୍କୁ ବାର୍ତ୍ତା ଦେଇ ଥିବା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ଥାନା ଭାରପ୍ରାପ୍ତ ଅଧିକାରୀ ଓ ଅନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।