କୋଭିଡ-୧୯ ସଂପର୍କରେ ୧୩ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

କୋଭିଡ-୧୯ ସଂପର୍କରେ ୧୩ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ଓଡିଶା କେନ୍ଦୁଝର ଜିଲ୍ଲା

#କୋଭିଡ-୧୯_ସଂପର୍କରେ_୧୩_ଦଫା_ଦାବିପତ୍ର_ଜିଲ୍ଲାପାଳଙ୍କୁ_ପ୍ରଦାନ       କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଶୁକ୍ରବାର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଗତ ମାର୍ଚ୍ଚ ମାସ ଠାରୁ ବିଜେପି ତରଫରୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ମାସ୍କ, ସାନିଟାଇଜର ଓ ସାବୁନ ବଣ୍ଟନ ସହ ଅନେକ ଗ୍ରାମକୁ ବିଶୋଧନ କରାଯାଇଛି । ଜିଲ୍ଲାରେ ଥିବା ହୋମ ସଂଗରୋଧ ଶିବିର
ଗୁଡିକରେ ନମୁନା ପରୀକ୍ଷା, ବେଡ ଓ ପାଇଖାନା ଗୁଡିକର ସଂଖ୍ୟା ବୃଦ୍ଧି କରିବା ସହ ଜିଲ୍ଲାରେ ଅଡିଟୋରିୟମ, କଲ୍ୟାଣ ମଣ୍ଡପ ଓ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ସଂଗରୋଧ ଭାବେ ବିନିଯୋଗ କରିବା ସହ କେନ୍ଦ୍ର ଗୁଡିକରେ ଖାଦ୍ୟର ମାନ,ପରିମଳ ଓ ସୁରକ୍ଷା ନିୟମିତ ତଦାରଖ କରିବା ପାଇଁ ଦାବି କରିଛନ୍ତି । ସେହିପରି ପଞ୍ଜିକୃତ ସମସ୍ତ ପ୍ରବାସୀ ମାନଙ୍କୁ ଫେରାଇ ଆଣିବା ଲୋକ ମାନଙ୍କୁ ଯୋଗାଣ ସାମଗ୍ରୀ ଗୁଡିକୁ ପାତର ଅନ୍ତର ନକରି ତୁରନ୍ତ ବଣ୍ଟନ କରିବା, ପ୍ରକୃତ ହିତାଧିକାରୀକୁ ସାମଗ୍ରୀ ବଣ୍ଟନ କରିବା ସହ ସେମାନଙ୍କୁ ସ୍ଥାୟୀକାର୍ଡ ପ୍ରଦାନ କରିବା ସହ ଫେରୁଥିବା ପ୍ରବାସୀ ମାନଙ୍କର କର୍ମସଂସ୍ଥାନ ପାଇଁ ଗ୍ରାମ ପଂଚାୟତ ସ୍ତରରେ ଅଧିକରୁ ଅଧିକ ମନୋରେଗା ପ୍ରକଳ୍ପ ଚାଲୁ କରିବା , କୃଷକ ମାନଙ୍କର ବଳକା ଧାନ ସଂଗ୍ରହ ପାଇଁ ମଣ୍ଡି ଗୁଡିକୁ ପୁନଃ ଚାଲୁ କରିବା ସହ ବିହନ ଯୋଗାଇବା ପ୍ରଭୃତି ଗୁଡିକ ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଦାବିପତ୍ରରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀୟୁଙ୍କର ରଥଯାତ୍ରା ସଂପର୍କରେ ସୂଚନା ସାର୍ବ ଜନୀନ କରିବାକୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ନଗର ସଭାପତି ଦିଲ୍ଲିପ ଦାସ, ଅଭିମନ୍ୟୁ ଗୋଛାୟତ ପ୍ରଶାନ୍ତ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।