କୋଭିଡ -୧୯ ଅସ୍ଥାୟୀ ସେଣ୍ଟର ପରିଦର୍ଶନ ଓ ତଦାରଖ

କୋଭିଡ -୧୯ ଅସ୍ଥାୟୀ ସେଣ୍ଟର ପରିଦର୍ଶନ ଓ ତଦାରଖ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କୋଭିଡ_୧୯_ଅସ୍ଥାୟୀ_ସେଣ୍ଟର_ପରିଦର୍ଶନ_ଓ-ତଦାରଖ            କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ୮ନଂ ଜୋନର ଜିଲ୍ଲା ପରିଷଦ ତଥା ଜିଲ୍ଲା ଯୋଜନା ବୋର୍ଡ ସଭ୍ୟା ଜ୍ୟୋତ୍ସା ରାଣୀ ଜେନା କେନ୍ଦ୍ରାପଡା ବ୍ଲକର ୪ଟି ପଂଚାୟତର ଆଇସୋଲେସନ ସେଣ୍ଟର ପରିଦର୍ଶନ କରିବା ସହ ତଦାରଖ କରିଥିଲେ ା କେନ୍ଦ୍ରାପଡା ବ୍ଲକର ଆୟବା, ପୁରୁଷୋତମପୁର, କଂସାର, ଏବଂ କଳପଡା ଠାରେ ହୋଇଥିବା ଆଇସୋଲେସନ ସେଣ୍ଟର ଗୁଡିକ ପରିଦର୍ଶନ କରି ସେଠାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ସେଣ୍ଟର ଗୁଡିକରେ ବେଡ, ପାନୀୟ ଜଳ, ବିଦ୍ୟୁତ୍, ଶୈାଚାଳୟ ପ୍ରଭୃତି ବୁଲି ଦେଖିଥିଲେ । ଏହି ୪ଟି ପଂଚାୟତରେ ପ୍ରାୟ ୨ ହଜାର ରୁ ଉଦ୍ଧ୍ୱର୍ ପ୍ରବାସୀ ଓଡିଆ ଏହି ଅସ୍ଥାୟୀ ସେଣ୍ଟର ରେ ସଂଗରୋଧ ରେ ରହିବେ । ଏହି ଲୋକମାନଙ୍କର ରହଣୀ ସମୟରେ ଯେଭଳି କୈାଣସି ଅସୁବିଧା ନହୁଏ ସେଥିପ୍ରତି ଶ୍ରୀମତୀ ଜେନା ୪ଟି ପଂଚାୟତର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ଗଗନ ସାମଲ, ନିତ୍ୟାନନ୍ଦ ସେଠୀ ଓ ରମେଶ ସାହାଣୀଙ୍କ ସହିତ ବିଡିଓ ଏବଂ ତହସିଲଦାରଙ୍କ ସହ ଅଲୋଚନା କରିଥିଲେ । ପୂର୍ବତନ କେନ୍ଦ୍ରାପଡା ବ୍ଲକ ଉପାଧକ୍ଷ ଅଜୟ ମାହାନ୍ତି, ପୂର୍ବତନମ ସରପଂଚ ସୁଧିର ସ୍ୱାଇଁ, ଅମିୟ ମଲ୍ଲିକ, ଗଣେଷ ନାୟକ, ପ୍ରକାଶ ସାମଲ, ପ୍ରଭାତ ସ୍ୱାଇଁ, ନଳୀନି ଜେନା, ହିମାଂସୁ ଲେଙ୍କା, ରମେଶ ସେଠୀ, ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।