କୋଭିଡ୍-୧୯ ବିଶ୍ୱ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

କୋଭିଡ୍-୧୯ ବିଶ୍ୱ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

#କୋଭିଡ୍_୧୯_ପାଇଁ_ଉକ୍ରଳ_ଆଲୁମିନାର_ପ୍ରସ୍ତୁତି       ରାୟଗଡ଼ା  : (ଗୁରୁ ପ୍ରସାଦ ସାହୁ)    ରାୟଗଡ଼ାର କାଶୀପୁର ବ୍ଲକରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପର କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍, ଦୋରାଗୁଡ଼ା ପକ୍ଷରୁ ସ୍ଥାନୀୟ ସମାଜ ଏବଂ ସ୍ଥାନୀୟ ପ୍ରଶାସନ ସମନ୍ୱୟରେ କୋଭିଡ-୧୯ ବିଶ୍ୱ ମହାମାରୀର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ପ୍ରକାର ଉପଯୁକ୍ତ ପ୍ରତିଷେଧ ମୂଳକ ପଦକ୍ଷେପ ଜରିଆରେ ସମସ୍ତ ଅଂଶୀଦାରଙ୍କ ସହ ମିଶି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ
କରୁଛି ।ଉତ୍କଳ ଆଲୁମିନା ପରିସରରେ ଥିବା  ମେଡିକାଲ୍ କେନ୍ଦ୍ରରେ ଏହି ଲଢ଼େଇ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ପ୍ରସ୍ତୁତି କରାଯାଇଥିବା ବେଳେ  କାରଖାନା ଭିତରେ ଏବଂ ଆଖପାଖରେ ରହୁଥିବା ଲୋକମାନଙ୍କୁ କୋଭିଡ୍-୧୯ ବିଶ୍ୱ ମହାମାରୀରୁ ସୁରକ୍ଷା ପାଇଁ  ପ୍ରତିଦିନ କାର୍ଯ୍ୟ ଜାରି ରଖାଯାଇଛି । ଆଖପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ବିଷୟରେ ଘୋଷଣା କରିବା ଓ ସବୁ ଆଡ଼େ ଲିଫଲେଟ୍ ଓ ମାସ୍କ ବଣ୍ଟନ କରିବା ସହିତ ୟୁଏଆଇଏଲ୍ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛି । ବର୍ତମାନ ସୋଡିୟମ ହାଇପୋକ୍ଲୋରାଇଡ୍ ମିଶ୍ରଣକୁ ସିଞ୍ଚନ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ କିଛି ଗ୍ରାମରେ ତାହାକୁ କାର୍ଯ୍ୟକାରୀ କରାଯାଇଛି । ୨୦୨୦ ମାର୍ଚ୍ଚ ୨୬ରେ ଟିକିରି ଗ୍ରାମରୁ ଏହି ସିଞ୍ଚନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ନୂଆପଡ଼ା ଛକ ଏବଂ ୨୮ରେ କାଶୀପୁରରେ ଜାରି ରହିଛି । ଆଗାମୀ ଦିନରେ ଅନ୍ୟ ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟ ହେବ ।

ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପଦକ୍ଷେପକୁ ନଜରରେ ରଖି ୟୁଏଆଇଏଲର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ୍ ନାଗେଶ କହିଛନ୍ତି ଯେ, “ସମସ୍ତଙ୍କୁ ସୁରକ୍ଷିତ ରଖିବା ଲାଗି ୟୁଏଆଇଏଲ୍ ନିରନ୍ତର ଭାବେ କାର୍ଯ୍ୟ କରୁଛି ଏବଂ ସେଥିପାଇଁ ପ୍ରତିଦିନ ଆମେ ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ପଦକ୍ଷେପ ନେଉଛୁ ଯଦ୍ୱାରା କାରଖାନା ଭିତରେ ଓ ଆଖପାଖରେ ଥିବା ଲୋକମାନଙ୍କ ଯତ୍ନ ନିଆଯିବା ନୀତି ହୋଇପାରିବ ଓ ଉପଯୁକ୍ତ ପରିମଳ ବଜାୟ ରହିପାରିବ ।  ସଂସ୍ଥାଗତ ସଙ୍ଗରୋଧ (କ୍ୱାରାଂଟିନ) ଓ କୋଭିଡ୍-୧୯ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ଉତ୍କଳ ହସ୍ପିଟାଲକୁ ନେଇଛି । ଏହି ବିଶ୍ୱ ମହାମାରୀ ବିରୋଧରେ ଏକଜୁଟ ହୋଇ ଲଢ଼େଇ କରିବା ପାଇଁ ୟୁଏଆଇଏଲ୍ ଯଥା ସମ୍ଭବ ସହାୟତା ଯୋଗାଇ ଦେଉଛି । କୋଭିଡ୍-୧୯ ବିରୋଧରେ ଲଢ଼େଇ ପାଇଁ ଆମେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସମାଜ ସହିତ ମିଳିତ ହୋଇ କାର୍ଯ୍ୟ ଜାରି ରଖିଛୁ ଓ ରଖିବୁ ବୋଲି ଶ୍ରୀ ନାଗେଶ କହିଛନ୍ତି ।

ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ହେଉଛି ଆଦିତ୍ୟ ବିର୍ଲା ଗ୍ରୁପର ପ୍ରମୁଖ ଧାତବ ସଂସ୍ଥା ହିଣ୍ଡାଲକୋର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ କଂପାନି । ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ଅଧୀନରେ ଥିବା ଦୋରାଗୁଡ଼ାର ଏକ ବିଶୋଧନାଗାର ପ୍ରକଳ୍ପ ହେଉଛି ୟୁଏଆଇଏଲ୍ । ଏଥିରେ ରହିଛି ଏକ ୧.୫ ଏମଟିପିଏ ଆଲୁମିନା ବିଶୋଧନାଗାର, ବାପହିଲମାଲିରେ ଏକ ବକ୍ସାଇଟ ଖଣି ଯେଉଁଥିରେ ଗଚ୍ଛିତ ରହିଛି ୨୫ ବର୍ଷ ପର୍ଯ୍ୟନ୍ତର ବକ୍ସାଇଟ ଏବଂ ଏକ ୯୦ ମେଗାୱାଟର କ୍ୟାପଟିଭ କୋ-ଜନେରେସନ ପାୱାର ପ୍ଲାଣ୍ଟ୍ ।

ବର୍ତ୍ତମାନ ଏହି ବିଶୋଧନାଗାରର ୦.୫ ଏମଟିପିଏ ସଂପ୍ରସାରଣ ଯୋଜନା ଅଗ୍ରଗତି ସ୍ତରରେ ରହିଛି ଏବଂ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ମଞ୍ଜୁରୀ ମିଳିସାରିଛି । ୟୁଏଆଇଏଲର ଆଲୁମିନାକୁ ହିଣ୍ଡାଲକୋର ମହାନ ଏବଂ ଆଦିତ୍ୟ ସ୍ମେଲଟରରେ ବ୍ୟବହାର କରାଯାଉଛି ।
ଇିଶ୍ୱର ସବୁଠୁ ଶ୍ରେଷ୍ଠ ପ୍ରଯୁକ୍ତି ଯୋଗାଣକାରୀ ରିଓ-ଟିଂଟୋ-ଆଲକାନର ଷ୍ଟେଟ ଅଫ ଆର୍ଟ ପ୍ରଯୁକ୍ତି ବ୍ୟବହାର କରାଯାଇଥିବା ଏକ ବିଶ୍ୱସ୍ତରୀୟ ଏବଂ ଏଠାରେ ଶ୍ରେଷ୍ଠ ମାନର ବକ୍ସାଇଟକୁ ସମନ୍ୱିତ ଖଣି ଓ ବିଶୋଧନାଗାର ମଧ୍ୟରେ ସମନ୍ୱିତ ଲଜିଷ୍ଟଇକ୍କୁ ନେଇ ବିଶ୍ୱର ସବୁଠୁ କମ୍ ଟନ୍ ପିଛା ପରିଚାଳନା ଖର୍ଚରେ ପ୍ରସ୍ତୁତ କରାଯାଉଥିବା ବିଶୋଧନାଗାର ହେଉଛି ଉକ୍ରଳ ଆଲୁମିନା । ବିଶ୍ୱରେ ଏଭଳି ଅନ୍ୟତମ ୧୮ କିଲୋମିଟରର ଏକ ଲମ୍ବା କନଭେୟରରେ ଜରିଆରେ ବାପହିଲମାଲି ଖଣିରୁ କଂପାନି ବକ୍ସାଇଟ ସଂଗ୍ରହ କରୁଛି । ଏହି ୟୁନିଟକୁ ଆଇଏସଓ ୯୦୦୧, ୧୪୦୦୧ ଏବଂ ଓଏଚଏସଏଏସ ୧୮୦୦୧ ସାର୍ଟିଫିକେସନ ମିଳିଛି ।