କୋଭିଡ୍ ପ୍ରତିଶେଧକ ଔଷଧ ସେବନ କଲେ ସେବାୟତ

କୋଭିଡ୍ ପ୍ରତିଶେଧକ ଔଷଧ ସେବନ କଲେ ସେବାୟତ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#କୋଭିଡ୍_ପ୍ରତିଶେଧକ_ଔଷଧ_ସେବନ_କଲେ_ସେବାୟତ        ପୁରୀ : ରଥଯାତ୍ରାକୁ କରୋନା ମୁକ୍ତ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଇତାପତି ସେବାୟତ, ଗରାବଡୁ, ସୁଆର ମହାସୁଆର, ବିଶ୍ୱକର୍ମା, ଭୋଇ ସେବାୟତମାନଙ୍କୁ କୋଭିଡ ଟେଷ୍ଟ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଛି । ସ୍ନାନପୂର୍ଣ୍ଣମୀ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରଥଯାତ୍ରା ସମୟରେ କୋଭିଡ ପ୍ରତିରୋଧ ପାଇଁ ହୋମିଓପାଥିକ ଔଷଧ ବଂଟନ କରାଯିବ ବୋଲି ସୂଚନା ମିଳିଛି ।

ସେହିପରି ମଙ୍ଗଳବାର ଠାରୁ ସେବାୟତମାନଙ୍କୁ ଭକ୍ତ ନିବାସରେ କରୋନା ପ୍ରତିଶେଧକ ହୋମିଓ ପାଥିକ ଔଷଧ ବଂଟନ କାର୍ଯ୍ୟ ଆରମ୍ଭ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇ ଏହି ଔଷଧ ବଂଟନ କରାଯାଉଛି । ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ସେବାୟତମାନଙ୍କୁ ଏହି ହୋମିଓପାଥିକ ଔଷଧ ବଂଟନ କରାଯିବ । ଆଜି ୭୪ ଜଣ ଦଇତାପତି ପରିବାରଙ୍କ ପ୍ରତିଶେଧକ ଔଷଧ ବିତରଣ କରାଯାଇଛି । ଆସନ୍ତାକାଲି ୧୦ ତାରିଖ ବୁଧବାର ୩୪୫ ଜଣ ପ୍ରତିହାରୀ ପରିବାରଙ୍କୁ , ୧୧ ତାରିଖ ଗୁରୁବାର ଦିନ ୬୦୦ ସୁଆର ମହାସୁଆର ପରିବାରଙ୍କୁ, ୧୨ ତାରିଖ ଦିନ ୧୫୪ ଜଣ ପୂଜାପଣ୍ଡା ପରିବାର ସଦସ୍ୟଙ୍କୁ ଓ ୧୩ ତାରିଖ ଶନିବାର ଦିନ ୩୪ ଜଣ ଗରାବଡ଼ୁ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଏହି ଶିବିରରେ ଔଷଧ ବିତରଣ କରାଯିବା ପାଇଁ ସ୍ଥିର ହୋଇଛି ।