କୋଟିଆ ରେ ସାପ୍ତାହିକ ହାଟ ବନ୍ଦ

 କୋଟିଆ ରେ ସାପ୍ତାହିକ ହାଟ ବନ୍ଦ

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର

#କୋଟିଆ_ରେ_ସାପ୍ତାହିକ_ହାଟ_ବନ୍ଦ  କୋରାପୁଟ-(ନିରଜ ଶତପଥୀ)-   ପଟାଙ୍ଗି ବ୍ଲକ ଅଧିନସ୍ତ ବିବାଦୀୟ କୋଟିଆ ପଂଚାୟତ ବାସୀଙ୍କୁ ଓଡିଶା ମୁହାଁ କରିବା ଲକ୍ଷରେ କୋଟିଆ ଠାରେ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରେ ୨୦୧୮ ମସିହା ମାର୍ଚ୍ଚ ମାସ ୨୧ ତାରିଖରେ ବୁଧବାର ଦିନ ସାପ୍ତାହିକ ହାଟର ଶୁଭ ଉଦ୍ଘାଟନ କରା ଯାଇଥିଲା। ତେବେ ଉଦ୍ଘାଟନ ର ଦୁଇ ବର୍ଷ ନ ପୁରୁଣୁ ଏବେ ଏହି ହାଟ ବନ୍ଦ ହୋଇ ଯାଇଛି। ସାପ୍ତାହିକ ହାଟ ବନ୍ଦ ହୋଇ ଦୀର୍ଘ ୩ ମାସ ହେଲାଣି ତଥାପି ପ୍ରଶାସନର ଦୃଷ୍ଟି ପଡୁନି। ହାଟ ପାଇଁ ନିର୍ମାଣ କରା ଯାଇଥିବା ଅଧିକାଂଶ ପିଣ୍ଡିର ଉପର ଟିଣ ନାହିଁ।

ଅନ୍ୟ ପକ୍ଷରେ ଏବେ ବି ଏହି ଅଂଚଳକୁ ଗମନା ଗମନ୍ ର ସୁବିଧା ନାହିଁ। ଭିତ୍ତି ଭୂମିର ଅଭାବ ଏବଂ ପ୍ରଶାସନିକ ଇଛା ଶକ୍ତିର ଅଭାବ ଯୋଗୁଁ  କୋଟିଆରେ ସାପ୍ତାହିକ ହାଟ ବନ୍ଦ ହୋଇ ଯାଇଛି। ତେବେ ହାଟକୁ ପୁଣି ଥରେ ଚାଲୁ ରଖିବା ପାଇଁ ଉଦ୍ୟମ କରାଯିବ ବୋଲି ପଟାଙ୍ଗି ବ୍ଲକ ଅଧକ୍ଷ ଜଗତଜ୍ୟୋତି ପାଙ୍ଗି ସୂଚନା ଦେଇଛନ୍ତି। ଯେଉଁ ଲକ୍ଷ୍ୟ ନେଇ ସାପ୍ତାହିକ ହାତ ର ଶୁଭାରମ୍ଭ କରାଯାଇଥିଲା ତାହା ଏବେ ଫେଲ ମାରିଛି।