କୋଟିଆରେ_ଆନ୍ଧ୍ର_ଦେଉଛି_ଭତ୍ତା 

କୋଟିଆରେ ଆନ୍ଧ୍ର ଦେଉଛି ଭତ୍ତା

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର

#କୋଟିଆରେ_ଆନ୍ଧ୍ର_ଦେଉଛି_ଭତ୍ତା  କୋରାପୁଟ-(ନିରଜ ଶତପଥୀ)-  ବିବାଦୀୟ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବାବେଳେ, କେତେବେଳେ ଓଡିଶା ତ କେତେବେଳେ ଆନ୍ଧ୍ର କୋଟିଆବାସୀଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏବେ ଓଡିଶା ପକ୍ଷରୁ ରାସ୍ତା କାମ ଚାଲିଥିବାବେଳେ ଆନ୍ଧ୍ର ପକ୍ଷରୁ ଭତା ବଣ୍ଟନ କରା ଯାଇଛି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର ପକ୍ଷରୁ 40 ଜଣଙ୍କୁ 2ହଜାର ୨୫୦ ଟଙ୍କା ଲେଖାଏଁ ଭତା ବଣ୍ଟନ କରାଯାଇଥିବାବେଳେ ଆଗାମୀ ଦିନରେ ୧୦୦ ଜଣଙ୍କୁ ଭତା ବଣ୍ଟନ କରାଯିବ ବୋଲି ତଳ ଗଂଜେଇପଦର ପଂଚାୟତର ପୂର୍ବତନ ସରପଞ୍ଚ ବିଶୁ ଗେମେଲ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଆନ୍ଧ୍ର ପକ୍ଷରୁ ବିଭିନ୍ନ ଉନ୍ନୟନ କାମ କରାଯିବ ବୋଲି ସୂଚନା ଦେଇଛନ୍ତି। ବର୍ତମାନ ଆନ୍ଧ୍ର-ଓଡିଶା ସୀମାବର୍ତୀ ବିବାଦୀୟ ନେରେଡିବାଳସା ଗାଁ ରେ ଆନ୍ଧ୍ର ପକ୍ଷରୁ ରାସ୍ତା ପାର୍ଶ୍ଵ ନାଳ କାମ ଚାଲୁ ରହିଛି।