କେନ୍ଦ୍ରାପଡା ପ୍ରବାସୀ ଙ୍କ ଦ୍ୱାରା ସୁରଟ ର ଜିନ୍ଦୋଲି ଥାନା ଘେରାଉ

କେନ୍ଦ୍ରାପଡା ପ୍ରବାସୀ ଙ୍କ ଦ୍ୱାରା ସୁରଟ ର ଜିନ୍ଦୋଲି ଥାନା ଘେରାଉ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#କେନ୍ଦ୍ରାପଡା_ପ୍ରବାସୀଙ୍କ_ଦ୍ୱାରା_ସୁରଟର_ଜିନ୍ଦୋଲି_ଥାନା_ଘେରାଉ         କେନ୍ଦ୍ରାପଡା    :  ଗୁଜୁରାଟ ସୁରଟ ଜିଲ୍ଲାରେ ରହୁଥିବା କେନ୍ଦ୍ରାପଡା ପ୍ରବାସୀ ମାନେ ଶୁକ୍ରବାର ସେହି ଜିଲ୍ଲାର ଜିନ୍ଦୋଲି ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି । ପ୍ରବାସୀ ମାନଙ୍କ ଦ୍ୱାରା ଟିକେଟ କଳା ବଜାରିର ବିରୋଧ କରାଯିବା ଫଳରେ ଦଲାଲ ମାନେ ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିଥିବା
ଅଭିଯୋଗ ନେଇ ପ୍ରବାସୀ ମାନେ ଥାନା ଘେରାଉ କରିଥିଲେ । ସୂଚନା ମୁତାବକ ସରକାର ଟ୍ରେନ ଯୋଗେ ପ୍ରବାସୀ ମାନଙ୍କୁ ଆଣିବା ବ୍ୟବସ୍ଥା କରାଯିବା ପରେ କେନ୍ଦ୍ରାପଡା ବ୍ଲକର ଏରା ପୁରସ୍ତମପୁର ଗ୍ରାମର ପ୍ରଭାକର ମହାନ୍ତି ନିରାକର ଲେଙ୍କା, ବିଶ୍ୱଜିତ ସ୍ୱାଇଁ ଓ ମହାକାଳପଡା ବ୍ଲକ ର ଜଅଁରା ଗ୍ରାମର ଶ୍ରୀକାନ୍ତ ପରିଡାଙ୍କ ସମେତ ଶତାଧିକ ପ୍ରବାସୀ କେନ୍ଦ୍ରାପଡା ବାସୀ ଟ୍ରେନ ଟିକେଟ କରିବା ପାଇଁ ଦଲାଲଙ୍କ ସହାୟତା ନେଇଥିଲେ । ଦଲାଲ ଜଣକ ଏମାନଙ୍କ ନାମରେ ଟିକେଟ କିଣି ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ମାନଙ୍କୁ ଚଢାଦର ରେ ବିକ୍ରୟ କରି ଦେଇଥିଲା । ଫଳରେ କେନ୍ଦ୍ରାପଡାର ପ୍ରବାସୀ ମାନେ ଏହାକୁ ବିରୋଧ କରିବାରୁ ଦଲାଲ ଜଣକ ଗୁଣ୍ଡା ଲଗାଇ କେନ୍ଦ୍ରାପଡା ପ୍ରବାସୀ ମାନଙ୍କୁ ଧମକ ଚମକ ଦେବା , ଗାଳି ଗୁଲଜ କରିବା ଏପରିକି ଶାରିରୀକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ପ୍ରବାସୀ ମାନେ ଜିନ୍ଦୋଲି ଥାନରେ ଅଭିଯୋଗ କରିବାରୁ ଥାନା ପକ୍ଷରୁ କୈାଣସି ଅଖି ଦୁର୍ଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିଲା । ଫଳରେ ଦୀର୍ଘ ଦିନରୁ ହଇରାଣ ହରକତ ହେଉଥିବା ଓ ଭୋକ ଉପାସରେ ରହୁଥିବା କେନ୍ଦ୍ରାପଡା ପ୍ରବାସୀ ମାନେ ଥାନା ଘେରାଉ କରିଥିବା ଫଟୋ ମାଧ୍ୟମରେ ଜଣାଇଛନ୍ତି ।