କେନ୍ଦ୍ରାପଡା ଜେଲରୁ ୧୦ ଜଣ କଏଦୀଙ୍କୁ ଅନ୍ତରୀଣ ଜାମିନ

କେନ୍ଦ୍ରାପଡା ଜେଲରୁ ୧୦ ଜଣ କଏଦୀଙ୍କୁ ଅନ୍ତରୀଣ ଜାମିନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#କେନ୍ଦ୍ରାପଡା_ଜେଲରୁ_୧୦_ଜଣ_କଏଦୀଙ୍କୁ_ଅନ୍ତରୀଣ_ଜାମିନ         କେନ୍ଦ୍ରାପଡା  :     ବିଭିନ୍ନ ଅପରାଧରେ ୭ ବର୍ଷରୁ କମ କାରାଦଣ୍ଡ ଭୋଗୁଥିବା ୧୦ ଜଣ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡା ଯିବା ପାଇଁ ନିଷ୍ପତି ନିଆଯାଇଛି । ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ କେନ୍ଦ୍ରାପଡାର ଜେଲ କମିଟି ପକ୍ଷରୁ ଏକ ସମୀକ୍ଷା ବୈଠକ ମାନ୍ୟବର ଜିଲ୍ଲା ଜଜ ବାସୁଦେବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଆରକ୍ଷୀ\ ଅଧିକ୍ଷକ ନିତୀ ଶେଖର , ଜିଲ୍ଲା ଆଇନସେବା ପ୍ରାଧିକରଣ ସଚୀବ ମଳୟ କୁମାର ପ୍ରଧାନ, ଜେଲ ସୁପରିଟେଣ୍ଡଣ୍ଟ ସରୋଜ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ତିତ ରହି କେନ୍ଦ୍ରାପଡା ଉପକାରାଗାର ରେ କ୍ଷମତା ଠାରୁ ୨ଗୁଣ ଅଧିକ କଏଦୀ ରହି ଥିବାରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଜଣ କଏଦୀଙ୍କୁ ଜାମିନ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।