କେନ୍ଦ୍ରାପଡା ଜିଲ୍ଲା ନୂତନ କୋର୍ଟ ଗୃହ ଉଦଘାଟିତ

କେନ୍ଦ୍ରାପଡା ଜିଲ୍ଲା ନୂତନ କୋର୍ଟ ଗୃହ ଉଦଘାଟିତ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#କେନ୍ଦ୍ରାପଡା_ଜିଲ୍ଲା_ନୂତନ_କୋର୍ଟ_ଗୃହ_ଉଦଘାଟିତ  କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଂଜୁ ପଣ୍ଡା ମୁଖ୍ୟଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗୁରୁବାର ସଂନ୍ଧ୍ୟାରେ ଆୟୋଜିତ ଏହି ଉଦ୍ଘାଟନୀ ସଭାରେ ମାନ୍ୟବର ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାରୀ ଓ ଜିଲ୍ଲା ଓ ଦୈାରାଜଜ ବାସୁଦେବ ପଣ୍ଡା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଜେଏମ୍ଏଫ୍ସି ବିଚାରପତି ଜରିନ ଖାଁ ମଂଚ ପରିଚାଳନା କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ଧ୍ରୁବ ଚରଣ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଓକିଲ ସଂଘର ସଂପାଦକ ଦିଲ୍ଲୀପ କୁମାର ସାହୁ ବିବରଣୀ ପାଠ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଦୈାରାଜଜ୍ ମୋହନରାଓ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୫ ମାହାଲା ବିଶିଷ୍ଟ କୋର୍ଟ ଗୃହରେ ୧୬ଟି କୋର୍ଟ ପରିଚାଳିତ ହେବ ବୋଲି ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଜିଲ୍ଲାର ସମସ୍ତ ବିଚାରପତି, ଆଇନ୍ଜିବୀଙ୍କ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।