#କେନ୍ଦ୍ରାପଡାରେ_କାର୍ଯ୍ୟକ୍ଷମ_ହେଲା_କୋଭିଡ-ହସପିଟାଲ

କେନ୍ଦ୍ରାପଡାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#କେନ୍ଦ୍ରାପଡାରେ_କାର୍ଯ୍ୟକ୍ଷମ_ହେଲା_କୋଭିଡ-ହସପିଟାଲ              କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଛତାଠାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ କରାଯାଇଛି । ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରକୁ ଯୁଧ୍ୟକାଳୀନ ଭିତିରେ କୋଭିଡ ହସପିଟାଲ ରେ ପରିବର୍ତନ କରାଯାଇ କରୋନା ସଂକ୍ରମିତ ଙ୍କ ଚିକିତ୍ସା
ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସ୍ଥାପନ କରାଯାଇଛି । ଗତକାଲି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱର ସ୍ଥିତ ସମ ହସପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର (ଗଙଟ) ସ୍ୱାକ୍ଷରିତ ହୋଇଥିଲା । ସମ ହସପିଟାଲରେ ୧୧୦ଟି ଶଯ୍ୟା ସହିତ ଭେଣ୍ଟିଲେଟର, ଇସିଜି, ଇକୋ, ଏକ୍ସରେ ଓ ୧୦ଟି ଆଇସିୟୁ ୟୁନିଟ ପ୍ରଭୃତି ବ୍ୟବସ୍ଥା
କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଓ ସମ ହସପିଟାଲର ସୁପରିଟେଡେଣ୍ଟ ଡ଼ଃ ପୁଷ୍ପରାଜ ସାମନ୍ତ ସିଂହାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ହସପିଟାଲ ପରିସର ରେ ଅନୁଷ୍ଠିତ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପଳ ବସନ୍ତ କୁମାର ରାଉତ, ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ସୋହା କୁଳପତି ଡ଼ଃ ଅଶୋକ କୁମାର ମହାପତ୍ର ପ୍ରମୁଖ ଉପସ୍ଥିତ ଥିଲେ । କରୋନା ସଂକ୍ରମିତ ଙ୍କ ଚିକିତ୍ସା ପାଇଁ ଏହି ଚିିକିତ୍ସାଳୟକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଜଣା ପଡିଛି ।