କେନ୍ଦୁଝର ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ

କେନ୍ଦୁଝର ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ

ଓଡିଶା କେନ୍ଦୁଝର ଜିଲ୍ଲା

#କେନ୍ଦୁଝର_ଜିଲ୍ଲାରେ_୫_କରୋନା_ପଜିଟିଭ_ଚିହ୍ନଟ        କେନ୍ଦୁଝର  : କେନ୍ଦୁଝର ଜିଲ୍ଲାରେ ବୁଧବାର ଦିନ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଟାଂ ମଧ୍ୟରେ ଆଜି ବୁଧବାର ସକାଳ ୯ ଟା ସୁଦ୍ଧା ଏହି ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନେ ସମସ୍ତେ ଆସ୍ଥାୟୀ ମେଡିକାଲ ସେଟଂର କ୍ୟୁରେଟାଂଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କର୍ଣ୍ଣାଟକ ରାଜ୍ୟରୁ ଆସିଥିବା ବେଳେ ୧ ଜଣ ତାମିଲନାଡୁ ରାଜ୍ୟ ଓ ଅନ୍ୟ ଜଣେ ପଶ୍ଚିମ ବଙ୍ଗ ଅଞ୍ଝଳରୁ ଆସିଥିଲେ । ଏମାନେ ସମସ୍ତେ ବିଭିନ୍ନ ରାଜ୍ୟରୁ ଫେରିବା ପରେ ସରକାରଙ୍କ କୋବିଡ -୧୯ ଗାଇଡ୍ ଲାଇନ ଅନୁଶାରେ ଅଅସ୍ଥାୟୀ ମେଡିକାଲ କ୍ୟୁରେଟାଂଇନ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରାଯାଇଛି । ସେହିନୁଶାରେ ଏହି ୫ ଜଣ ପ୍ରବାସୀ ଜିଲ୍ଲାପର ପାଟଣା ବ୍ଳକ ଓ ସାହାରପଡା ବ୍ଳକ ଅସ୍ଥାୟୀ ମେଡିକାଲ ସେଟଂର କ୍ୟୁରେଟାଂଇନ କେନ୍ଦ୍ରରେ ରହୁଥିଲେ । ଫଳରେ ଏବେ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ୩୪୫ ରେ ପହଂଚିଥିବା ବେଳେ ୨୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଜିଲ୍ଲାରେ ବର୍ତମାନ ସୁଦ୍ଧା ଆକ୍ଟିଭ କେଶ ୧୩୯ ରହିଛିି । ଅବଶ୍ୟ କେନ୍ଦୁଝର ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ବଢି ବଢି ଚାଲିବା ନିଶ୍ଚିତ ଏକ ଶୁଭ ଖବର । ବୁଧବାର ଦିନ ଚିହ୍ନଟ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।