କେଉଟଗଡ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡା ଉତ୍ସବ

କେଉଟଗଡ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡା ଉତ୍ସବ

ଓଡିଶା କେନ୍ଦ୍ରାପଡା ଖେଳ ଜିଲ୍ଲା ରାଜ୍ୟ

#କେଉଟଗଡ_ପ୍ରାଥମିକ_ବିଦ୍ୟାଳୟରେ_ବାର୍ଷିକ_କ୍ରିଡା_ଉତ୍ସବ     କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ପଂଚାୟତର କେଉଟଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ରିଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର କୋରୁଆ ସରକାରୀ ବିଦ୍ୟାଳୟ ଅଧିନରେ ଥିବା ଏହି ସ୍କୁଲର ପ୍ରଧାନ ଶିକ୍ଷକ ଉଲ୍ଲାସ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସିଆର୍ସିସି ମହେନ୍ଦ୍ର କୁମାର ସେଠୀ, ଶିକ୍ଷୟିତ୍ରୀ ତଅପୋଇ ସାମଲ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରଂଜନ କୁମାର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଦସ୍ୟ ଓ ବହୁ ଅଭିଭାବକ/ଅଭିଭାବିକା ଯୋଗ ଦେଇଥିଲେ ।