କୃମି ଔଷଧ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ରାଜ୍ୟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରୁପଡା ପ୍ରାଥମିକ ବିଦ୍ୟାଳୟରେ ଫାଇଲେରିଆ ଓ କୃମି ଔଷଧ ଖାଇ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ପିଲାମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୋମବାର ସକାଳେ ସ୍କୁଲରେ କୃମି ଓ ଫାଇଲେରିଆ ପାଇଁ ଔଷଧ ବଣ୍ଟନ ହୋଇଥିଲା। ତାହାକୁ ଛାତ୍ରଛାତ୍ରୀ ଖାଇଥିଲେ। ସ୍କୁଲରୁ ଘରକୁ ଫେରିବା ପରେ ବାନ୍ତି କରିବା ସହ ମୁଣ୍ଡ ବୁଲେଇ ଥିଲା। ଏ ନେଇ ଘରେ କହିବା ପରେ ସେମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେମାନଙ୍କୁ ପାତ୍ରପୁର ମେଡିକାଲ ପକ୍ଷରୁ ଚିକିତ୍ସା କରା ଯିବା ପରେ କିଛି ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ଛାଡି ଦିଆ ଯାଇଛି। ସେମାନଙ୍କୁ ସାଲାଇନ ସହ ଓଆରଏସ ଦିଆ ଯାଇଥିଲା। ସରକାରଙ୍କ ମାଗଣା ଔଷଧ ଖାଇବା ପରେ ଏହି ଘଟଣା ଘଟିଥିବା ଛାତ୍ରଛାତ୍ରୀଙ୍କ ପରିବାର ବର୍ଗ କହିଛନ୍ତି।  ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପଯ୍ୟନ୍ତ ରହିଛି ମୋଟ ୭୮ ଜଣ ଛାତ୍ରଛାତ୍ରୀରୁ ୩୦ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।