କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ନିଲମ୍ବିତ, ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍

କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ନିଲମ୍ବିତ, ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଡିଶା ଯାଜପୁର

#କାର୍ଯ୍ୟରେ_ଅବହେଳା_କରି_ଏବିଡିଓ_ନିଲମ୍ବିତ           ଯାଜପୁର   (ବିଶ୍ବଜିତ ରଣା) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଅନୁପସ୍ଥିତ ଥିବା ନଜରକୁ ଆସିଥିଲା। ତେଣୁ ତାଙ୍କୁ ଆଜି କାରଣ ଦର୍ଶାଓ ନୋଟିସ କରାଯାଇଛି। ଏଥି ସହିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଧର୍ମଶାଳା ଓ ଯାଜପୁର ସିଡିପିଓଙ୍କ ଅନୁପସ୍ଥିତି ଯୋଗୁ ତାଙ୍କୁ କାରଣ ଦର୍ଶାଓ ନୋଟିସ ହୋଇଛି।ଏହା ଛଡା ଯାଜପୁର ନିୟନ୍ତ୍ରିତ ବଜାର କମିଟିର ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ଦାନଗଦି ବ୍କକ ଏବିଡିଓଙ୍କ ନିଲମ୍ବନ ପାଇଁ ଜିଲ୍ଲା ପ୍ରଶା   ସନ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିବା ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି ।