କାକଟ ଲକ୍ -ସାନ୍ତସାହି ବାଇପାସ ରାସ୍ତା ପାଲଟିଛି ମରଣ ଯନ୍ତା

କାକଟ ଲକ୍ -ସାନ୍ତସାହି ବାଇପାସ ରାସ୍ତା ପାଲଟିଛି ମରଣ ଯନ୍ତା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#କାକଟ_ଲକ୍_ସାନ୍ତସାହି_ବାଇପାସ_ରାସ୍ତା_ପାଲଟିଛି_ମରଣଯନ୍ତା        କେନ୍ଦ୍ରାପଡା   : କେନ୍ଦ୍ରାପଡା ସହରସ୍ଥ ସାନ୍ତସାହି ପୋଲ ଠାରୁ କାଟକ ଲକ ପର୍ଯ୍ୟନ୍ତ ଥିବା ଜଳ ସଂପଦ ବିଭାଗ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ଥିବାରୁ ଏହା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାର ବାଇକ, କାର, ବସ, ବାଲି ବୋଝେଇ ଟ୍ରକ ଏବଂ ମାତ୍ରାଧିକ ବୋଝେଇ ଥିବା ଟ୍ରକ ଗୁଡିକ ଏହି ବାଟରେ ଯାଇଥାନ୍ତି । ଏହି ରାସ୍ତାଟି କିଛିବର୍ଷ ତଳେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲେ ମଧ୍ୟ ଉତର ପାଶ୍ୱର୍ରେ ଗୋବରୀ କେନାଲ ଥିବାରୁ ଏହି ରାସ୍ତାଟି ବିଭିନ୍ନ ସ୍ଥାନରେ ଦବି ଯାଉଛି । ଫଳରେ ଖାଲଖମା ସୃଷ୍ଟି ହେଉ ଥିବାରୁ ଦୈନିକ ଛୋଟ ବଟ ଦୁର୍ଘଟଣା ମାନ ଘଟୁଛି । ସ୍ଥାନୀୟ ଲୋକ ମାନେ ଏହି ଖାଲ ଗୁଡିକୁ ଚିହ୍ନଟ କରି ପଥର ରଖି ନାଲି କପଡା ଗୁଡାଇ ରଖିଛନ୍ତି । ତୁରନ୍ତ ଏହି ରାସ୍ତାର କେନାଲ ପଟରେ ପଥର ପ୍ୟାକିଙ୍ଗି କରି ରାସ୍ତା ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି ।