କରୋନା ସ୍ଥିତି ପରଖି ସଂଗରୋଧ ଶିବିର ବୁଲିଲେ ପୂର୍ବତନ ବିଧାୟକ

କରୋନା ସ୍ଥିତି ପରଖି ସଂଗରୋଧ ଶିବିର ବୁଲିଲେ ପୂର୍ବତନ ବିଧାୟକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ସଂଗରୋଧ_ଶିବିର_ବୁଲିଲେ_ପୂର୍ବତନ_ବିଧାୟକ                 କେନ୍ଦ୍ରାପଡା  : କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ଶୁକ୍ରବାର ସକ୍ରିୟ ଭାବେ ନିର୍ବାଚନ ମଣ୍ଡଳୀ ଅଧିନ କେତେକ ସଂଗରୋଧ ଶିବିର ପରିଦର୍ଶନ କରିବା ସହ ସ୍ଥାନୀୟ ଜନ ସାଧାରଣ ଙ୍କ ସହ ବିଚାର ବିମଶ୍ର କରିଥିଲେ ଓ ସାମାଜିକ ଦୂରତା ବଜାୟ ରଖିବା , ମାସ୍କ ପିନ୍ଧିବା, ଅଦି ସଚେତନତା ବାର୍ତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନତା ଗାଇଡ ଲାଇନକୁ ପାଳନ କରିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ପୁରୁଷୋତମପୁର, ଶ୍ୟାମସୁନ୍ଦରପୁର, ଚକଡା ପ୍ରଭୃତି ପଂଚାୟତ ଓ କେନ୍ଦ୍ରାପଡା ଟାଉନର କେତେକ ଅଂଚଳ ବୁଲି ଜନ ସାଧାରଣଙ୍କୁ ଭେଟିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ବିଜେଡି କୃଷକ ସେଲ ସଭାପତି ସୈାମେନ୍ଦ୍ର ଦାସ ଙ୍କ ସମେତ ବିଜେଡିର ଯୁବ କର୍ମୀ ମାନେ ଉପସ୍ଥିତ ଥିଲେ ।