କରୋନା ସହାୟତା ପାଇଁ ବିରଜା ମନ୍ଦିର ଟ୍ରଷ୍ଟ ପକ୍ଷରୁ 5 ଲକ୍ଷ ଟଙ୍କା ପ୍ରଦାନ

କରୋନା ସହାୟତା ପାଇଁ ବିରଜା ମନ୍ଦିର ଟ୍ରଷ୍ଟ ପକ୍ଷରୁ 5 ଲକ୍ଷ ଟଙ୍କା ପ୍ରଦାନ

ଓଡିଶା ଜିଲ୍ଲା ଯାଜପୁର
#କରୋନା_ସହାୟତା_ପାଇଁ_ବିରଜା_ମନ୍ଦିର_ଟ୍ରଷ୍ଟ_ପକ୍ଷରୁ_୫_ଲକ୍ଷ_ପ୍ରଦାନ          ଯାଜପୁର  : ( ବିଶ୍ବଜିତ ରଣା ) ମା’ ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କୁ ଏହି ୫ ଲକ୍ଷ ଟଙ୍କା ର ଚେକ୍ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରଦାନ କରିଛନ୍ତି।ଏହି ଅର୍ଥ କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନ୍ୟ ମାନଙ୍କ ଠାରୁ ମିଳିଥିବା ଅର୍ଥ ସହ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି।ଏହି ମହନୀୟ କାର୍ଯ୍ୟ ପାଇଁ ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡ ର ପ୍ରତ୍ୟେକ ସଦସ୍ୟ,ପୂଜକ,ଶ୍ରଦ୍ଧାଳୁ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ପ୍ରଦାନ କରିଛନ୍ତି।